(ଭୁବନେଶ୍ୱର) : ତାତିରେ ଜଳୁଛି ସାରା ଓଡିଶା । ଦିନକୁ ଦିନ ଉତ୍ତାପ ବଢ଼ିବାରେ ଲାଗିଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ମଙ୍ଗଳବାର ୪୧ ଡିଗ୍ରୀ ସେଲସିୟସ୍ ଉପରେ ୫ଟି ସହରର ସର୍ବୋଚ୍ଚ ତାପମାତ୍ରା ରହିଥିଲା । ରାଜ୍ୟରେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଆହୁରି ତାତି ବଢ଼ିବ ବୋଲି ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି ।
ସୂଚନାନୁଯାୟୀ , ଟିଟିଲାଗଡ଼ରେ ସର୍ବାଧିକ ୪୧.୫ ଡିଗ୍ରୀ ସେଲସିୟସ୍ ଛୁଇଁଥିଲା । ସେହିପରି ଗ୍ରୀଷ୍ମ ପ୍ରବାହ ଜାରି ନେଇ ୮ଟି ଜିଲ୍ଲାକୁ ସତର୍କ ରହିବା ପାଇଁ ଏସ୍ଆର୍ସି ଚିଠି ଲେଖିଛନ୍ତି । ଅନୁଗୁଳ, ବୌଦ୍ଧ, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ମୟୂରଭଞ୍ଜ, ସୋନପୁର ଓ ସମ୍ବଲପୁର ଜିଲ୍ଲାପାଳଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି ।