ଆବୁଧାବି: ଅତ୍ୟଧିକ ବର୍ଷା ଫଳରେ ଧନ ଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଲାଣି । ମହାରାଷ୍ଟ୍ରରେ ଅତ୍ୟଧିକ ବର୍ଷା ଫଳରେ ରାସ୍ତା ଉପରେ ଆଣ୍ଠୁଏ ପାଣି । ଅନେକ ଗାଡି ମୋଟର ଯିବା ଆସିବାରେ ଅନେକ ସମସ୍ୟା ଦେଖାଦେଇଛି ।ସେହିପର ସଂଯୁକ୍ତ ଆରବ ଏମିରାଟରେ ଗୁରୁବାର ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିଲାଗି ଅନେକ ଅଞ୍ଚଳରେ ଲୋକେ ପାଣି ଘରେ ଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଶରଜାହା ଓ ଫୁଜେରିଆ ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଛି।
ବନ୍ୟା ପାଣି ଘରେ, ଆପାର୍ଟମେଣ୍ଟ, ସପିଂ ମଲ୍ ଓ କାରଖନାରେ ପସି ଯାଇଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଯୁଆଡେ ଦେଖିବ ସିଆଡେ ଖାଲି ପାଣି ଆଉ ପାଣି। ରାସ୍ତା ଉପରେ ଲହଡି ଭାଙ୍ଗୁଛି ବର୍ଷା ପାଣି। କେଉଁଠି ରାସ୍ତା ଧୋଇଯାଇଛି ତ ଆଉ କେଉଁଠି ଶହ ଶହ ଲଗ୍ଜୁରୀ କାର୍ ବୁଡି ଯାଇଛି। ବିଶେଷ କରି ଏଠାରେ ସରକାର ତରଫରୁ ଉଦ୍ଧାର କାର୍ୟ୍ୟ ଜରି ରହିଛି। ଶରଜାହ ଓ ଫୁଜେରିୟାରେ ୩,୮୯୭ ଲୋକଙ୍କୁ ଉଦ୍ଧାର କରି ଅସ୍ଥାୟୀ ରୂପେ ତିଆରି ହୋଇଥିବା ଶିବିରରେ ରଖାଯାଇଛି।
ଖଲିଜ ଟାଇମ୍ସ ଅନୁସାରେ ୟୁଏଇର ପୂର୍ବାଞ୍ଚଳରେ ବର୍ଷା ଯୋଗୁ ଅଚାନକ ବନ୍ୟା ପାଣି ମାଡି ଆସିଛି। ଏହି କାରଣରୁ ଲୋକେ ପ୍ରବାଭିତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ନିୟୋଜିତ ଥିବା ସେନା ଗାଡିଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।