କେରଳର ସରସ ମେଳାକୁ ଯାଇ ଫସିଛନ୍ତ ଓଡିଶାର ୧୧ଟି ଗ୍ରୁପ

0

( ଓଡିଶା) : କେରଳରେ ହୋଇଥିବା ପ୍ରଳୟଙ୍କାରି ବନ୍ୟାରେ ଫସି ରହିଛନ୍ତି ପଞ୍ଚାୟତିରାଜ ବିଭାଗର ଓରମାସ ମେଳାକୁୁ ଯାଇଥିବା ୧୧ଟି ଗ୍ରୁପ । ଗତ ୧୪ ତାରିଖରୁ ଏହି ମେଳାରେ ଭାଗ ନେବା ପାଇଁ ନୟାଗଡ , ଖୋର୍ଦ୍ଧା , ପୁରି ଓ କେନ୍ଦ୍ରାପଡା ଜିଲ୍ଲାରୁ ୫ ଜଣ ମହିଳା ଏବଂ ୧୬ ଜଣ ପୁରୁଷ ୧୧ ଟି ଗ୍ରୁପରେ ଯାଇ କେରଳର ଆଲେପି ଜିଲ୍ଲାର ଆସ୍ଥା ପୂଜା ଅଞ୍ଚଳରେ ଫସି ରହିଥିବା ଜଣାପଡିଛି । ଏ ସମ୍ପର୍କରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଗଣମାଧ୍ୟମକୁୁ ସୁଚନା ଦେଇ କହିଛନ୍ତି ଯେଉଁ ୧୧ ଟିି ଗ୍ରୁପ ସରସ ମେଳା ପାଇଁ କେରଳ ଯାଇଛନ୍ତି କାହାରି କୌଣସି କ୍ଷତି ହୋଇନାହିଁ । ବନ୍ୟା ଦ୍ୱାରା ଯଦି ସେମାନଙ୍କର ବିକ୍ରୟ ପାଇଁ ନେଇଥିବା ସାମଗ୍ରୀ ନଷ୍ଟ ହୋଇଥିବ ରାଜ୍ୟସରକାର ତାହା ଭରଣା କରିବେ ଏବଂ ତାଙ୍କୁ ଓଡିଶା ଫେରାଇ ଆଣିବାପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି ବୋଲି ସୁଚନା ଦେଇଥିଲେ ମନ୍ତ୍ରୀ ଶ୍ରୀ ମହାରଥୀ ।