ଆକାଶ ମାର୍ଗରୁ ରିଲିଫି ବାଣ୍ଟିଲେ ମୂଖ୍ୟମନ୍ତ୍ରୀ

0

(ସୌମ୍ୟ ରଞ୍ଜନ ସେଠୀ): ବାତ୍ୟା ତିତଲିକୁ ନେଇ ଯଦିଓ ଏକ ବଡ଼ ଧରଣର ବିପଦ ଟଳି ଯାଇଛି, ତେବେ ଏହାର ପରବର୍ତ୍ତୀ ଅବସ୍ଥାରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଯେଉଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଏହାକୁ ନେଇ ଲୋକଙ୍କ ଦୁର୍ଦ୍ଦଶା କମିନି। ବନ୍ୟାରେ ଗଞ୍ଜାମ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଆସ୍କା, ପୁରୁଷୋତ୍ତମପୁର, ସୋରଡ଼ା, ଧରାକୋଟ ଅଞ୍ଚଳରେ ସ୍ଥିତି ଗମ୍ଭୀର ହୋଇଥିଲା। ତେବେ ବର୍ଷା କମିଥିବାରୁ ପରିସ୍ଥିତି ସୁଧୁରିବାର ଲାଗିଛି ଓ ଅନେକ ସ୍ଥାନରେ ଜଳସ୍ତର ମଧ୍ୟ କମିଲାଣି। ତଥାପି କିଛି ଅଞ୍ଚଳରେ ଲୋକେ ଏବେ ବି ଜଳବନ୍ଦୀ ଅଛନ୍ତି।

ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଜି ଆକାଶମାର୍ଗରୁ ରିଲିଫ ସାମଗ୍ରୀ ବଣ୍ଟାଯାଉଛି। ବ୍ରହ୍ମପୁର ନିକଟ ରଙ୍ଗେଇଲୁଣ୍ଡା ଏୟାର୍ ଷ୍ଟ୍ରିପ୍ ରିଲିଫ ସାମଗ୍ରୀ ନେଇ ୨ଟି ହେଲିକପ୍ଟର ଆକାଶ ମାର୍ଗରୁ ଆସ୍କା ଅଞ୍ଚଳରେ ଖାଦ୍ୟ ପୁଡ଼ିଆ ପକାଉ ଥିବା ବେଳେ ଆଉ ଏକ ହେଲିକପ୍ଟର ପୁରୁଷୋତ୍ତମପୁର ଓ ଶେରଗଡ଼ ଅଞ୍ଚଳରେ ରିଲିଫ ସାମଗ୍ରୀ ଆକାଶ ମାର୍ଗରୁ ପକାଉଛି।