କୋରାପୁଟରେ ଫୁଟବଲ ଟୁର୍ଣ୍ଣାମେଣ୍ଟ

0

କୋରାପୁଟ /ମନୋଜ ଦାସ : କୋରାପୁଟ ଜିଲ୍ଲା ଜୟପୁର ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ପାଳନ ଅବସରରେ ଆରମ୍ଭ ହୋଇଛି ଅନ୍ତଃକଲେଜ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ। ଉଦ୍‌ଘାଟନୀ ମ୍ୟାଚ୍ ରେ ନବରଙ୍ଗପୁରର ଡାବୁଗାଁ ଭୈରବ ଡିଗ୍ରୀ କଲେଜ ୧-୦ ଗୋଲରେ କୁନ୍ଦୁରା ବିଜୁ ପଟ୍ଟନାୟକ ମହାବିଦ୍ୟାଳୟକୁ ପରାସ୍ତ କରିଛି। ୨୮ ତାରିଖରୁ ଫିଲ୍ମଚର ଅନୁଯାୟୀ ଲିଗ୍ ମ୍ୟାଚ୍ ଖେଳାଯିବ । ନଭେମ୍ବର ୧ ତାରିଖରେ ଫାଇନାଲ୍ ମ୍ୟାଚ ହେବ ବୋଲି କଲେଜ ଅଧ୍ୟକ୍ଷ ଡ. ଗୋପାଳ ହାଲଦାର କହିଛନ୍ତି। ଅଧ୍ୟକ୍ଷ ଶ୍ରୀ ହାଲଦାର କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ ।

କହିଥିଲେ, ଏବର୍ଷ ପ୍ଲାଟିନମ୍ ଜୁବୁଲି ପଡୁଥିବାରୁ କଲେଜ ଏହି ଟୁର୍ଣ୍ଣାମେଣ୍ଟର ହୋଷ୍ଟ କରୁଛି। ଦୀର୍ଘ ୬ ବର୍ଷ ପରେ କଲେଜ ପରିସରରେ ଅନ୍ତଃକଲେଜ ମ୍ୟାଚ୍ ଖେଳାଯାଉଛି। ସମସ୍ତଙ୍କ ସହଯୋଗ କାମନା କରି ଖେଳାଳି ଏବଂକର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ପ୍ରଥମେ ଟସ୍ ଜିତିଥିଲା ଡାବୁଗାଁ ଟିମ୍ । ୭୦ ମିନିଟର ସମୟ ସୀମା ମଧ୍ୟରେ ପ୍ରଥମ ବିରତି ପର୍ୟ୍ୟନ୍ତ ଉଭୟ ଦଳ ଲଢ଼ୁଆ ଖେଳ ପ୍ରଦର୍ଶନ କରି କେହି କାହାକୁ ଗୋଲ ଦେଇ ପାରିନଥିଲେ । ଖେଳ ସରିବାର ୧୦ ମିନିଟ୍ ପୂର୍ବରୁ ଡାବୁଗାଁ ଦଳ ଗୋଟିଏ ଗୋଲ ସ୍କୋର କରିଥିଲା । କୁନ୍ଦୁରାକୁ ପରାସ୍ତ କରି ବିଜୟୀ ହୋଇଥିଲେ ।