ବ୍ରହ୍ମପୁରରେ ବନବିଭାଗ ପକ୍ଷରୁ ଚଢାଉ

0

ଗଞ୍ଜାମ/ରଜନୀକାନ୍ତ ପାତ୍ର: ବ୍ରହ୍ମପୁରରେ ବନବିଭାଗ ପକ୍ଷରୁ ଚଢାଉ । ବିପୁଳ ପରିମାଣରେ ଶାଗୁଆନ, ସାଳ, ଗମ୍ଭାରୀ କାଠ ଜବତ । ଦିଗପହଣ୍ଡି ଥାନା ଅଧୀନ ଗଣିଆନାଳ ନିକଟ ଗୋପାଳପୁର ଗ୍ରାମରେ ବ୍ରହ୍ମପୁର ବନ ବିଭାଗ ପକ୍ଷରୁ ଚଢାଉ ଜାରୀ ରହିଛି।ଗୋପାଳପୁରରେ ବେଆଇନ ଦୁଇ କାଠ ଗୋଦାମ ଓ ଫେକ୍ଟରି ଉପରେ ଅତର୍କିତ ଚଢ଼ାଉ ।ଦିଗପହଣ୍ଡି ବନବିଭାଗ , ବ୍ରହ୍ମପୁର ସ୍ପେଶାଲ ମୋବାଇଲ ଟିମ ଚଢ଼ାଉ କରୁଥିବା ସୂଚନା ।ବିପୁଳ ପରିମାଣର ଶାଗୁଆନ, ସାଳ, ଗମ୍ଭାରୀ କାଠ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । କୈଳାଶ ମହାରଣା ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ ସୂଚନା ମିଳିଛି ।