ଓଡିଶା

ସମ୍ବଲପୁର ମାଛରୁ ମିଳିଲା ବିଷ

( ମମତା ସାମଲ ) : ସମ୍ବଲପୁର ମାଛରୁ ମିଳିଲା ବିଷ । ଆଜି ସମ୍ବଲପୁର ସହରରେ କରାଯାଉଥିବା ଯାଞ୍ଚ ସମୟରେ ଦୁଇଟି ଆନ୍ଧ୍ର ମାଛରେ ମିଳିଛି ବିଷାକ୍ତ ଫର୍ମାଲିନ । ମତ୍ସ୍ୟ ଓ ପଶୁସମ୍ପଦ ବିଶେଷଜ୍ଞ ଟିମ୍ ଯାଞ୍ଚ କରୁଥିବାବେଳେ ଏହା ଜଣାପଡିଛି । ତେବେ ଅଧିକ ତଥ୍ୟ ଜଣିବା ପାଇଁ ମାଛକୁ ଭୁବନେଶ୍ୱର ପରୀକ୍ଷାଗାରକୁ ପଠାଇ ଅଧିକ ଯାଞ୍ଚ କରାଯିବ ବୋଲି କହିଛନ୍ତି ତଦନ୍ତକାରୀ । ସେପଟେ ବିଷାକ୍ତ ମାଛ ମିଳିବାରୁ ସହରରରେ ଯାଞ୍ଚ ପ୍ରକ୍ରିୟା ଜୋରଦାର କରିଛି ମହାନଗର ନିଗମ । ଆନ୍ଧ୍ର ମାଛରେ ଫାର୍ମଲିନ ମିଶିଥିବା ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ମାଛ ବ୍ୟବସାୟୀଙ୍କ ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ଜିଲ୍ଲାରେ ଏକ ଟିମ ଗଠନ କରି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ମିଳିଥିବାଖବର ଅନୁଯାୟୀ , ଆଜି ସକାଳେ ସମ୍ବଲପୁରର ବୁଢାରଜା , ଅଇଁଠାପାଲି , କୁଲୁଥକାନି ଆଦି ଅଞ୍ଚଳରୁ ମତ୍ସ୍ୟ ବିଭାଗ ତରଫରୁ ମାଛ ନମୁନା ସଂଗ୍ରହ କରାଯାଇଥିଲା ।

Related posts

ସୁଶାସନ ସୂଚକାଙ୍କ: ୧୪ ନଂରେ ଓଡିଶା

Report

ସାଇକେଲ ଆରୋହୀକୁ ପିଟିଲା ବାଇକ

Report

ଜେଏସଡବ୍ଲୁ ଅଫିସ ଭଙ୍ଗାରୁଜା ଘଟଣାରେ ୧୦ଜଣଙ୍କୁ କୋର୍ଟ ଚାଲାଣ

Report

Leave a Comment