ହଟିଲା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରୁ ବ୍ୟାନ୍

0

ଫେସବୁକକୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ ।। ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର୍ ପରେ ୟୁଟ୍ୟୁବ୍ ଓ ଫେସ୍ବୁକ୍କୁ ଫେରିଲେ ଟ୍ରମ୍ପ। ଦୀର୍ଘ ଦୁଇ ବର୍ଷ ପରେ ଏହି ଦୁଇଟି ଲୋକପ୍ରିୟ ସୋଶାଲ ମିଡିଆ ଠାରୁ ଦୁରେଇ ରହିବା ପରେ ଏବେ ସେ ଫେରିଛନ୍ତି । ବ୍ୟାନ ହଟିବା ପରେ ‘ଆଇ ଆମ ବ୍ୟାକ’ ଲେଖି ସେ ସୋଶିଆଲ ମିଡିଆରେ ଶେୟାର କରିଛନ୍ତି । ଏହା ସହିତ ସେ ଏକ ୧୨ ସେକେଶ୍ଡର ଏକ ଭିଡିଓ ସେୟାର କରି ଛନ୍ତି । ସେ ଏହି ଭିଡିଓରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର କରିବା ସହିତ ‘ମେକ୍ ଆରିକା ଗ୍ରେଟ୍ ଅଗେନ୍’ ସ୍ଲୋଗାନକୁ ମଧ୍ୟ ସେୟାର କରିଛନ୍ତି ।
ଆମେରିକାର କ୍ୟାପିଟାଲ ହିଲ୍ ଉପରେ ଆକ୍ରମଣ ପରେ୨୦୨୧ ଜାନୁଆରୀ ୬ରେ ଡୋନାଲ୍ଡ ଟ୍ରମ୍ପଙ୍କ ସମସ୍ତ ସୋଶାଲ ମିଡିଆ ଆକାଉଣ୍ଟ ପରେ ପ୍ରତିବନ୍ଧକ ଲାଗୁ କରାଯାଇଥିଲା। ପରେ ୨୦୨୩ ଜାନୁଆରୀ ୨୫ରେ ଫେସ୍ବୁକ୍ ଓ ଇଂଷ୍ଟାଗ୍ରାମ ସଂଚାଳନ କରୁଥିବା କମ୍ପାନୀ ମେଟା ଟ୍ରମ୍ପଙ୍କ ଆକାଉଣ୍ଟକୁ ପୁଣିଥରେ ସଚଳ କରିବା ପାଇଁ ଘୋଷଣା କରିଥିଲା। ତେବେ ଯଦି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନିୟମ ଉଲ୍ଲଙ୍ଘନ କରିବେ ତେବେ ତାଙ୍କ ବିରୋଧରେ ପୂର୍ବ ଅପେକ୍ଷା ଅଧିକ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମେଟା ଚେତାବନୀ ଦେଇଥିଲା। ସେହିରପି କ୍ୟାପିଟାଲ ହିଂସା ପରେ ଟ୍ରମ୍ପଙ୍କ ଟ୍ୱିଟର୍ ଆକାଉଣ୍ଟକୁ ମଧ୍ୟ ବ୍ଲକ କରାଯାଇଥିଲା। କିନ୍ତୁ ଏଲନ ମସ୍କ ଟ୍ୱିଟରକୁ କିଣିବା ପରେ ଗତବର୍ଷ ନଭେମ୍ବରରେ ଟ୍ରମ୍ପଙ୍କ ଟ୍ୱିଟର୍ ଆକାଉଣ୍ଟକୁ ରିଷ୍ଟୋର କରିଥିଲେ।