୪ ସର୍ତ୍ତ, ଯୁଦ୍ଧ ହେବ ବନ୍ଦ !

0

ୟୁକ୍ରେନ : ଯନ୍ତ୍ରଣା, ବୋମା, ମିଶାଇଲର ବିକଟାଳ ଶବ୍ଦରେ ଫାଟି ପଡୁଛି ୟୁକ୍ରେନର ମାତୃଭୂମି । ଦେଖୁ ଦେଖୁ ୟୁକ୍ରେନ -ଋଷର ଯୁଦ୍ଧ ବିଭିଶିକାକୁ ପୁରିଗଲାଣି ୧୩ ଦିନ । ତଥାପି ଥମିବାର ନାଁ ନେଉନି ଏହି ଭୟଙ୍କର ଯୁଦ୍ଧ । ଏହାରି ଭିତରେ ଯୁଦ୍ଧ ବନ୍ଦକରିବାକୁ ଋଷ ରଷ୍ଟ୍ରପତି ଭ୍ଲାଦମିର ପୁଟିନ ଧାର୍ଯ୍ୟକରିଛନ୍ତି ୪ଟି ସର୍ତ୍ତ । ୟୁକ୍ରେନ ଜଦି ତାଙ୍କର ଥିବା ୪ଟି ସର୍ତ୍ତକୁ ମାନିନେବ ତେବେ ଋଷିଆ ପକ୍ଷରୁ ଯୁଦ୍ଧ ବନ୍ଦକରିବାକୁ ନିର୍ଦ୍ଦେଶ ଦେବେ ପୁଟିନ । ତେବେ ଋଷିଆ କାର୍ଯ୍ୟାଳୟର ମୁଖପାତ୍ରଙ୍କ ପକ୍ଷରୁ ଜାରି କରାଯାଇଛି ଏଭଳି ନିର୍ଦ୍ଦେଶ । ତେବେ ପ୍ରଥମରେ ୟୁକ୍ରେନ ଏହାର ଆକ୍ରମଣ ବନ୍ଦକରୁ । ୟୁକ୍ରେନ ବିରୋଧରେ ଋଷିଆ ତାର ସାମରୀକ ଅଭିଯୋଗ ଶେଷ କରିସାରିଛି । ମାତ୍ର ୟୁକ୍ରେନ ସୈନ୍ୟ ଆକ୍ରମଣ କରୁଥିବାରୁ ଋଷ ତାର ପ୍ରତି ଆକ୍ରମଣ କରୁଛି । ତେବେ ଦ୍ୱିତୀୟରେ ୟୁକ୍ରେନ ତାର ନିରପେକ୍ଷତା ଲାଗି ସମ୍ବିଧାନ ସଂଶଧନ କରୁ
ତୃତୀୟରେ କ୍ରିମିୟା ଋଷିଆର ଭୂଖଣ୍ଡ ବୋଲି ଗ୍ରହଣ କରୁ । କ୍ରିମିୟାକୁ ଋଷିଆର ଭୂଖଣ୍ଡ ଭାବେ କିପରି ଗ୍ରହଣ କରିବ ତାହା ୟୁକ୍ରେନକୁ କୁହାଯାଇଛି । ଶେଷରେ ପୁଟିନଙ୍କ ଚତୁର୍ଥ ସର୍ତ୍ତ ଅନୁଶାରେ ବିଛିନ୍ନତା ବାଦିଙ୍କ ଭୂଖଣ୍ଡ । ଯୋନେସ ଏବଂ ଲୋଗାନସଙ୍କୁ ସ୍ୱାଧୀନରାଷ୍ଟ୍ର ଭାବେ ଗ୍ରହଣ କରୁ ୟୁକ୍ରେନ । ତେବେ ପୁଟିନଙ୍କ ଏଭଳି ସର୍ତ୍ତରେ କୌଣସି ପ୍ରତିକ୍ରିୟା ରଖିନି ୟୁକ୍ରେନ ।
ପୁଟିନ ଆହୁରି ମଧ୍ୟ ଦାବି କରିଛନ୍ତି ଋଷର ୧୦୦ଟି ଯୁଦ୍ଧ ବିମାନ ମଧ୍ୟରୁ ୪୦କୁ ୟୁକ୍ରେନ ଗୁଳିକରି ନଷ୍ଟ କରିଦେଇଛି । ଋଷିଆ ବ୍ୟବହାର କରୁଥିବା କାଲିବାର କ୍ଷେପଣାସ୍ତ୍ରକୁ ମଧ୍ୟ ସେମାନେ ଶେଷ କରିଦେଇଥିବା ଭ୍ଲାଦମିର ପୁଟିନ କହିଛନ୍ତି ।
ସେପଟେ ୟୁକ୍ରେନ ଏବଂ ଋଷର ଯୁଦ୍ଧ ବିଭଷିକାକୁ ୧୩ ଦିନ ପୁରିଥିବା ବେଳେ ୟୁକ୍ରେନର ୩୩୧ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । କିନ୍ତୁ ବାସ୍ତବ କ୍ଷେତ୍ରରେ ମୃତା ହାତଙ୍କ ସଂଖ୍ୟା ଯଥେଷ୍ଟ ଅଧିକା ବୋଲି ଅନୁମାନ କରାଯାଉଛି । ୧୫ ଲକ୍ଷ ୟୁକ୍ରେନ ନାଗରୀକ ଦେଶଛାଡି ପଡୋଶୀ ଦେଶକୁ ଚାଲି ଯାଇଥିବା ସୂଚନା ରହିଛି ।