ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ଥ ୪ ଆହତ

0

ନବରଙ୍ଗପୁର/ଟୁକୁନା ଖୁରା : ଚାଲୁଥିବା ବେଳେ ଚକା ବାହାରି ଓଲଟିଲା ଆମ୍ବୁଲାନ୍ସ, ଦୁର୍ଘଟଣାରେ ୪ ଆହତ ୪ଆହତ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିରୁ କୋଷାଗୁମୁଡା ଯିବା ରାସ୍ତାର ତଣ୍ଡାଗୁଡା ଗ୍ରାମ ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ଥ ହୋଇ ୪ ଆହତ ହୋଇଛନ୍ତି। ସୂଚନାମୁତାବକ ଆମ୍ବୁଲାନ୍ସଟି ଖୁଟୁବାଇରୁ ପାପଡାହାଣ୍ଡି ଡାକ୍ତରଖାନାକୁ ରୋଗିନେଇ ଯାଉଥିବାବେଳେ ବାମଚକା ବାହାରିଯାଇଥିଲା।

ଫଳରେ ଭାରସାମ୍ୟ ହରାଇ ଆମ୍ବୁଲାନ୍ସ ରାସ୍ତା କଡ଼ ସିମେଣ୍ଟ ପିଲରକୁ ଧକ୍କା ଦେଇ ଓଲଟି ପଡିଥିଲା। ମରଣ ମୁଖରୁ ଅଳ୍ପକେ ବର୍ତ୍ତି ଗଲେ ଆମ୍ବୁଲାନ୍ସ କର୍ମଚାରୀ ଏବଂ ରୋଗୀ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏଥିରେ ବସିଥିବା କର୍ମଚାରି ଓ ରୋଗିଙ୍କୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମି କଚିକିତ୍ସା କରିବାପରେ ଆହତମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଛି।