ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ନେତୃତ୍ୱରେ ବନ୍ଧୁମିଳନ କାର୍ଯ୍ୟକ୍ରମ

0

କଙ୍କଡାହାଡ଼ : କଙ୍କଡାହାଡ଼ ବ୍ଲକ ରେ ଆଜି କଙ୍କଡାହାଡ଼ ଗ୍ରାମ ଠାରେ ବରିଷ୍ଟ ବିଜେଡ଼ି ନେତା  ପୁର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁଙ୍କ ନେତୃତ୍ୱରେ ବିଜେଡି ଦଳର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ବନ୍ଧୁମିଳନ କାର୍ଯ୍ୟକ୍ରମ ର ନେତୃତ୍ୱ ନେଇଥିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଲୋକପ୍ରିୟ ନେତା ଶ୍ରୀଯୁକ୍ତ କାର୍ତ୍ତିକ ସାହୁ । ଏବଂ ୨୧ ଗୋଟି ପଂଚାୟତ ର ଜନ ସାଧାରଣ ଶ୍ରୀ ସାହୁ ଙ୍କ ଆହ୍ବାନ କ୍ରମେ ଆସି ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ। ଏକ ବିଶାଳ ଜନ ସମୁଦ୍ର ରେ ପରିଣତ ହେଇଥିଲା କଙ୍କଡ଼ାହାଡ଼। ୨୧ ଟି ପଂଚାୟତର ବିଜୁ ଜନତା ଦଳର ୩୦୦୦ ରୁ ଅଧିକ ସକ୍ରିୟ କର୍ମକତା କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।ଉପସ୍ଥିତ କର୍ମକର୍ତ୍ତା ମାନେ ଭାବର ଆଦାନ ପ୍ରଦାନ କରିବା ସହ ବିଜୁ ଜନତା ଦଳର ସଂଗଠନ ମଜଭୁତ କରିବା ପାଇଁ ସଂକଳ୍ପ ନେଇଥିଲେ।ଆଜିର ବନ୍ଧୁ ମିଳନ କାର୍ଯ୍ୟକ୍ରମରେ କଙ୍କଡାହାଡ଼ ବ୍ଲକ ଉପାଧ୍ୟକ୍ଷ ଉପସ୍ଥିତ ଥିଲେ ।