ସାଲେପୁରରେ ଜୁଆଡି ଗିରଫ

0

ସାଲେପୁର: (ଜ୍ୟୋସ୍ନା ରାଣୀ ସିଂହ)ଗତକାଲି ବୁଧବାର ରାତିରେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତର ଅର୍କପୁର ବଜାରରେ ଏକ ଘରେ ଜୁଆଖେଳ ଚାଲୁଥିବାର ଖବର ପାଇ ମାହାଙ୍ଗା ପୁଲିସ ଚଢ଼ାଉ କରି ୫ ଜଣ ଜୁଆଡିଙ୍କୁ ଗିରଫ କରିବା ସମେତ ଜୁଆଖେଳା ଯାଉଥିବା ଟଙ୍କାକୁ ଜବତ୍ କରି ଆଜି ୫ ଜଣଙ୍କୁ କୋର୍ଟ ଚାଲାଣ କରିଛି। କୋର୍ଟ ଚାଲାଣ ହେଉଥିବା ଲୋକମାନେ ହେଲେ ଅରକ୍ଷିତ ପଣ୍ଡା ଓରଫ୍ ଅରକ୍ଷିତ, ବିଶ୍ବନାଥ ସାହୁ ଓରଫ୍ ଶିବ, ଦେବେନ୍ଦ୍ର ସାହୁ ଓରଫ୍ ବାବୁନା, ପ୍ରଶାନ୍ତ ବେହେରା ଓରଫ୍ ମିନୁଆ ଓ ସେକ୍ ସରକିଲ୍।

ମାହାଙ୍ଗା ଥାନା କେଶ୍ ନମ୍ବର ୨୯୮/୨୦୨୨ ରେ ମାମଲା ରୁଜୁ କରି ଦଫା ୩ ଓପିଜି ଆକ୍ଟ ଲଗାଇ କୋର୍ଟ ଚାଲାଣ କରିଛି। ଏହି ଅଂଚଳରେ ବାରମ୍ବାର ଜୁଆଖେଳ ଚାଲୁଥିବାର ପୋଲିସ ପାଖରେ ଖବର ଥିଲା ତେଣୁ ଗତକାଲି ଏକ ନିର୍ଭର ସୂତ୍ରରୁ ଖବର ପାଇ ପୋଲିସ ଏହି ଜୁଆଆଡ୍ଡା ଉପରେ ଚଢ଼ଉ କରି ରଙ୍ଗେ ହାତ ଜୁଆଡି ଓ ଟଙ୍କା ଧରିବାରେ ସଫଳ ହେଲା। ମାହାଙ୍ଗା ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ବରେ ଏକ ଟିମ୍ ଏହି ଜୁଆ ଆଡ୍ଡା ଉପରେ ଚଢ଼ଉ କରି ସମସ୍ତଙ୍କୁ କାବୁ କରିଥିବାରୁ ଅଂଚଳବାସୀ ଥାନା ଅଧିକାରୀ ବିଜୟ ବାବୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। କାରଣ ଏହି ଅଂଚଳରେ ଅଧିକାଂଶ ଲୋକେ କଷ୍ଟକରି ପରିବାର ପାଇଁ ଯାହା ରୋଜଗାର କରୁଥିଲେ,ଲୋଭାଶକ୍ତ ହୋଇ ଏହି ଜୁଆ ଖେଳରେ ଟଙ୍କା ଲଗାଇ ପ୍ରାୟତଃ ସର୍ବଶାନ୍ତ ହେଉଥିଲେ। ତେଣୁ ପୋଲିସର ଏ ପଦକ୍ଷେପ ସ୍ବାଗତଯୋଗ୍ୟ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା।