ଜଗତସିଂହପୁର( ଦିଲ୍ଲିପ ସାହୁ ):-ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ତିର୍ତୋଲ ବ୍ଲକ ରଥିପୁର ଠାରେ ଏମ -ରାଇଟ ଏବଂ ପ୍ଲାନ ଇଣ୍ଡିଆ ତରଫରୁ ବ୍ଲକ ସଂଯୋଜକ ସ୍ମୃତିରଞ୍ଜନ ଦାଶଙ୍କ ତତ୍ଵାବଧାନରେ ଏକ ପ୍ରଭାତଫେରୀ ଏବଂ କୋଭିଡ-୧୯ ଟିକା କରଣକୁ ନେଇ ଏକ ସଚେତନତା ରାଲିର କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ରାଲିରେ ମହିଳା, ପୁରୁଷ, ଯୁବକ, କୁନି କୁନି ପିଲାମାନେ ଏ ସଚେତନତା ରାଲିରେ ଯୋଗ ଦେଇଥିଲେ । ଏହି ରାଲି ମୁଖ୍ୟ କାରଣ ଥିଲା ଲୋକମାନେ କିପରି କୋରନା ମହାମାରୀରୁ ରକ୍ଷା ପାଇପାରିବେ କିପରି ସେମାନେ ନିଜକୁ ସୁରକ୍ଷିତ ରକ୍ଷା କରିବେ , ସେଥିପାଇଁ ସମସ୍ତ ବର୍ଗର ଜନସାଧାରଣ ଙ୍କୁ ସଚେତନ କରାଇଥିଲେ । ପରିଶେଷରେ ଏକ ସଭାର ଆୟୋଜନ କରାଯାଇଥିଲା ।
ପ୍ରଥମେ ଗାନ୍ଧିଜୀଙ୍କ ଫୋଟୋଚିତ୍ର ପାଖରେ ଦୀପ ପୁଷ୍ପମାଲ୍ୟ ଅର୍ପଣ ମୁଖ୍ୟ ଅତିଥି ଙ୍କ ଦ୍ଵାରା କରାଯାଇଥିଲା । ପରେ ପରେ ଜଗନ୍ନାଥପୁର ଠାରେ ଥିବା ବାରବାଟିଆ ଗ୍ରାମର ମୁସଲିମ ବସ୍ତିରେ କୋଭିଡ -୧୯ ର ଟିକାଦାନ ଶିବିର ଅନୁଷ୍ଠିତ ହୋଇଥିଲା ।ଏହି ଟୀକାଦାନ ଶିବିରରେ ପ୍ରାୟ ତିରିଶ ରୁ ଉର୍ଦ୍ଧ ଲୋକ ଟିକା ନେଇଥିଲେ ସେହି ଅଂଚଳର ସରପଞ୍ଚ ଏବଂ ସେହି ଗ୍ରାମର ମୁଖିଆ ମାନେ ଉପସ୍ଥିତ ରହିଥିଲେ, ଟୀକାଦାନ କରାଉଥିବା ସଂସ୍ଥା ଯଥା (ଏମ -ରାଇଟ, ପ୍ଲାନ ଇଣ୍ଡିଆ )କୁ ଧନ୍ୟବାଦ ଜଣାଇଥିଲେ ।