ଯାଜପୁର/ ସତ୍ୟଜିତ ବାରିକ :ଗତକାଲି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବୋଦୁଅ ଗ୍ରାମ ପଞ୍ଚାୟତ ରେ ଏକ ସ୍ଵତନ୍ତ୍ର ଗ୍ରାମସଭା ଓ ସଫେଇ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଦେବୀ ପ୍ରସାଦ ମିଶ୍ର ଙ୍କ ନେତୃତ୍ୱ ରେ ସମିତି ସଭ୍ୟ ସୁବ୍ରତ କୁମାର ସାମଲ , PEO ଭରତ ମଲ୍ଲିକ ଓ ୱାର୍ଡ ସଭ୍ୟ, SSG Group ର ସଦସ୍ୟା ଓ ପଞ୍ଚାୟତ ର ସମସ୍ତ ସହକର୍ମୀ ମିଶି ମହାତ୍ମା ଗାନ୍ଧୀ ଙ୍କ ନୀତି ଓ ଆଦର୍ଶ କୁ ଅନୁସରଣ କରି ପଞ୍ଚାୟତ ର ବିଭିନ୍ନ ସ୍ଥାନ କୁ ସଫେଇ କରିଥିଲେ। ବାପୁଜୀ ଙ୍କ ଯେଉଁ ବାର୍ତ୍ତା ସାରା ଦେଶ ରେ ପ୍ରକମ୍ପିତ ହୋଇଥିଲା ସ୍ୱଚ୍ଛତା ହିଁ ସେବା ତାହା ବିଷୟରେ ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ କର୍ମୀ ଏବଂ ଗ୍ରାମ ବାସି ଙ୍କୁ ସୂଚାଇ ଥିଲେ। ଆଗାମୀ ଦିନରେ ସରକାରଙ୍କ ସ୍ୱଚ୍ଛତା କୁ ନେଇ ପ୍ରତ୍ୟେକ ଲୋକାଭିମୁଖୀ ଯୋଜନା କିପରି ଘରେ ଘରେ କିପରି ପହଞ୍ଚିବ ଓ ପ୍ରତ୍ୟେକ ଲୋକ କିପରି ଏହାକୁ ନେଇ ସଚେତନ ହେବେ ଏ ବିଷୟରେ ସରପଞ୍ଚ ଶ୍ରୀ ମିଶ୍ର ଆଲୋଚନା କରିଥିଲେ। ବାହାରେ ମଳତ୍ୟାଗ କରିବା ନାହିଁ, ବାହାରେ ଅଳିଆ ଆବର୍ଜ୍ଜନା ପକାଇବା ନାହିଁ ଆମେ ସୁସ୍ଥ ନିରୋଗ ରହିବା ଓ ଅନ୍ୟ ମନକୁ ମଧ୍ୟ ସଚେତନ କରିବା ଏ ବିଷୟରେ ସରପଞ୍ଚ ଶ୍ରୀ ମିଶ୍ର ଆଲୋକପାତ କରିଥିଲେ ।