ଝିଅକୁ ବିବାହ ସମୟରେ ଦେଉଛନ୍ତି କି ଗଣେଶଙ୍କ ପ୍ରତିମୂର୍ତ୍ତି? ଜାଣନ୍ତୁ କ’ଣ ରହିବ ଏହାର ପ୍ରଭାବ ?

0

ବ୍ୟୁରୋ : ବିଘ୍ନ ବିନାଶକଙ୍କୁ ସବୁବେଳେ ଶୁଭ ବୋଲି ବିବେଚନା କରାଯାଇଥାଏ । ଗଣେଶ ମୂର୍ତ୍ତି ତଥା ଫଟୋକୁ ପୂଜା କଲେ ଘରେ ସୁଖ ଶାନ୍ତି ବିରାଜମାନ କରିଥାଏ ଓ ବାଧାବିଘ୍ନ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ବହୁ ସମୟରେ ପ୍ରିୟଜନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରି ପରିବାର ଲୋକେ ସେମାନଙ୍କୁ ଗଣେଶ ମର୍ତ୍ତି ଉପହାର ଦେଇଥାନ୍ତି । ହେଲେ ଏହି ସମୟରେ କିଛି ବାସ୍ତୁ ନିୟମ ମାନିବା ଉଚିତ, ନଚେତ ଉତ୍ତତି ହେବା ପରିବର୍ତ୍ତେ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିପାରେ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଗଣେଶଙ୍କ ପ୍ରତିମାକୁ ଘରର ଯେକୌଣସି ସ୍ଥାନରେ ରଖିବା ଉଚିତ ନୁହେଁ । ବିଶେଷକରି ବାଥରୁମ କ୍ୟାରେ ଗଣେଶଙ୍କର ଫଟୋ କିମ୍ବା ପ୍ରତିମା ରଖନ୍ତୁ ନାହିଁ । ଏହା ବ୍ୟତୀତ ଗଣେଶଙ୍କ ପ୍ରତିମାକୁ ଶୋଇବା ଘରେ ମଧ୍ୟ ରଖିବା ଉଚିତ ନୁହେଁ । ଏହା କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ମତଭେଦ ସୃଷ୍ଟି ହେବା ସହ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନାବଶ୍ୟକ ତିକ୍ତତା ବଢ଼ିଥାଏ ।

ଭଗବାନ ଗଣେଶଙ୍କ ନୃତ୍ୟ ପ୍ରତିମାକୁ କେବେ ବି ଘରେ ରଖନ୍ତୁ ନାହିଁ । ଏହାକୁ ଉପହାର ରୂପେ ମଧ୍ୟ କାହାକୁ ଦିଅନ୍ତୁ ନାହିଁ । ଗଣେଶ ନୃତ୍ୟ କରୁଥିବା ପ୍ରତିମୂର୍ତ୍ତି ଘରେ ରଖିଲେ ଘରେ ଅଯଥାରେ କଳହ ସୃଷ୍ଟି ହୁଏ ବୋଲି ବିଶ୍ୱାସ ରହିଛି । ଯଦି ଏପରି ମୂର୍ତ୍ତିକୁ  ଆପଣ କାହାକୁ ଉପହାର ଭାବେ ଦିଅନ୍ତି, ତା’ ହେଲେ ତାଙ୍କ ଜୀବନରେ ମଧ୍ୟ ଝଡ଼ ସୃଷ୍ଟି ହେବାର ଆଶଙ୍କା ରହିଛି । ଯଦି ଆପଣ ଗଣପତିଙ୍କ ମୂର୍ତ୍ତିକୁ ଘରେ ରଖିବାକୁ ଯାଉଛନ୍ତି, ତେବେ ବାମ ପାଶ୍ୱର୍କୁ ଶୁଣ୍ଢ ଥିବା ଗଣପତି ଅଣାଯିବା ଉଚିତ । କାରଣ ଡାହାଣ ପାଶ୍ୱର୍ରେ ଥିବା ଶୁଣ୍ଢ ସହିତ ଗଣେଶଙ୍କୁ ପୂଜା କରିବା ପାଇଁ ବିଶେଷ ନିୟମ ପାଳନ କରିବାକୁ ପଡିଥାଏ ।

ବାସ୍ତୁବିତଙ୍କ ଅନୁଯାୟୀ, ସନ୍ତାନ ଚାହୁଁଥିବା ଦମ୍ପତି ଗଣେଶଙ୍କ ଶିଶୁ ପ୍ରତିମୂର୍ତ୍ତିକୁ ଘରକୁ ଆଣିବା ଉଚିତ । ବିଶ୍ୱାସ କରାଯାଏ ଯେ, ଏହାପରେ ଜନ୍ମିତ ସନ୍ତାନ ପିତାମାତାଙ୍କୁ ଭକ୍ତି କରିଥାନ୍ତି । ଅନ୍ୟପକ୍ଷରେ, ଯଦି ଚାକିରି କିମ୍ବା ବ୍ୟବସାୟରେ କିଛି ଅସୁବିଧା ଅଛି, ତେବେ ସେଗୁଡିକୁ ଦୂର କରିବା ପାଇଁ ଘରେ ଗଣେଶଙ୍କର ଏକ ପ୍ରତିମା କିମ୍ବା ଫଟୋ ଲଗାଯିବା ଉଚିତ ଏହା ସମସ୍ୟା ଦୂର କରେ ଏବଂ ଆପଣଙ୍କୁ ସଫଳତା ଆଣିଦିଏ |