ଏକ ସପ୍ତାହରେ ୧୦୦ କୋଟି ପାର କଲା ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡି’

କରୋନା କଟକଣା ପରେ ଦର୍ଶକଙ୍କ ହୃଦୟରେ ଖାସ୍ ଜାଗା ତିଆରି କରିଛନ୍ତି ବଲିଉଡ ଜଗତ ।

0

(ମୁମ୍ବାଇ) : କରୋନା କଟକଣା ପରେ ଦର୍ଶକଙ୍କ ହୃଦୟରେ ଖାସ୍ ଜାଗା ତିଆରି କରିଛନ୍ତି ବଲିଉଡ ଜଗତ । ବଲିଉଡର ଏଭଳି ମହିଳା କୈନ୍ଦ୍ରିକ ଫିଲ୍ମ ବିଷୟରେ କହିବାକୁ ଯାଉଛି ଯେଉଁ ଫିଲ୍ମ ଗୁଡିକ ବକ୍ସ ଅଫିସ୍‌ରେ ଧମାଲ କରିଛନ୍ତି।

ସୂଚନାନୁଯାୟୀ ,ଏଥି ମଧ୍ୟରୁ ଏକ ଫିଲ୍ମ ହେଉଛି ଗଙ୍ଗୁବାଈ କାଠିଆୱାଡି। ଏହା ଏକ ମହିଳା କୈନ୍ଦ୍ରିକ ସିନେମା। ଏହି ଫିଲ୍ମ ଏଯାବତ୍ ୧୦୦ କୋଟିରୁ ଅଧିକ ବ୍ୟବସାୟ କରିସାରିଲାଣି। ଆଲିଆ ଭଟ୍ଟଙ୍କ ଦ୍ଵାରା ଅଭିନୀତ ଗଙ୍ଗୁବାଈ ଫିଲ୍ମ ଏକ ସପ୍ତାହରେ ୧୦୦ କୋଟି ବ୍ୟବସାୟ କରିଛି। ଏହି ଫିଲ୍ମରେ ଆଲିଆ ଭଟ୍ଟ ମୁମ୍ବାଇର ରେଡ୍ ଲାଇଟ୍ ଅଞ୍ଚଳ କମାଠିପୁରାର ପାୱରଫୁଲ୍ ଲେଡି ଗଙ୍ଗୁବାଇ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ଅଜୟ ଦେବଗନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି।