ଉପରେ ବନ୍ଧା କୋବି ତଳେ ଗଞ୍ଜେଇ

0

(ଫୁଲବାଣୀ) : ଉପରେ ବନ୍ଧା କୋବି ସହ ତଳେ ଗଞ୍ଜେଇ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀରେ । ଅବକାରୀ ପୋଲିସ ୧୦୮ କିଲୋ ଗଞ୍ଜେଇ ଜବତ ଓ ପିକଅପ ଭ୍ୟାନ ଜବତ କରିବା ସହ ଏହି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଥିଲା।
ସୂଚାନୁଯାୟୀ , ଏକ ପିକଅପ ଭ୍ୟାନରେ ବନ୍ଧାକୋବି ବୋଝେଇ ହୋଇ ତା’ ଭିତରେ ଗଞ୍ଜେଇ ଜଗତସିଂହପୁର ଚାଲାଣ ହେଉଥିଲା। ଖବର ପାଇ ଅବକାରୀ ପୋଲିସ ଉକ୍ତ ପିକଅପ ଭ୍ୟାନକୁ ଯାଞ୍ଚ କରିଥିଲା। ସେଥରେ ଗଞ୍ଜେଇ ଥିବା ଜଣା ପଡିଥିଲା।