ଗଞ୍ଜାମ ଜିଲ୍ଲାପାଳଙ୍କ ହିଞ୍ଜିଳିକାଟୁ ଗସ୍ତ

0

(ହିଞ୍ଜିଳି/ ରଜନୀକାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ହିଞ୍ଜିଳିକାଟୁ ଗସ୍ତ । ଶ୍ରୀ କୁଲାଙ୍ଗେ ହିଞ୍ଜିଳିକାଟୁ ବ୍ଲକ କାର୍ୟ୍ୟାଳୟ ଠାରେ କୋଭିଡିର ସ୍ଥିତି ଅନୁଧ୍ୟାନ କରିବା ସହ ମହାମାରୀର ମୁକାବିଲା ନେଇ ସ୍ଥାନୀୟ ଅଧିକାରଙ୍କ ସହ ଆଲୋଚନା କରିଥିଲେ । ପରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ପୁରୁଣା କୋଠାରେ କାର୍ଯ୍ୟକ୍ଷମ ହୋଇଥିବା କୋଭିଡି ହେଲେଥ ସେଣ୍ଟର୍ ବୁଲି ଦେଖିଥିଲେ । ଅଧିକ ସଂଖ୍ୟା ବେଡ ବୃଦ୍ଧି କରିବା ସହ ଅକ୍ସିଜେନ ମହଜୁତ ରଖିବାକୁ କହିଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ପୌର କର୍ୟ୍ୟ ନିର୍ବାହୀଅଧିକାରୀ ଡ.ମନୋରଞ୍ଜନ ସାହୁ, ବିଡିଓ ସୁବ୍ରତ ଜେନା, ଥାନା ଅଧିକାରୀ ଅଭିମନ୍ୟୁ ଦାସ, ଉପଖଣ୍ଡ ଚିକିତ୍ସାଅଧିକାରୀ ପ୍ରତିଭା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।