ଗାନ୍ଧି ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ

0

କୋରାପୁଟ /ମନୋଜ ଦାସ :କୋରାପୁଟ ଜିଲ୍ଲା ଜୟପୁର ସଦର ମହକୁମା ଠାରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ହୋଇଥିଲା । । ଏହି ପବିତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଜୟପୁର ଉପଜିଲ୍ଲାପାଳ, ଶ୍ରୀଯୁକ୍ତ ବେଦବର ପ୍ରଧାନ, ଜୟପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ, ଶ୍ରୀଯୁକ୍ତ ଅରୂପ ଅଭିଷେକ ବେହେରା ଓ ନିର୍ବାହୀ ଅଧିକାରୀ, ଜୟପୁର ପୌରପାଳିକା ଶ୍ରୀ ସିଦ୍ଧାର୍ଥ ପଟ୍ଟନାୟକ ମହୋଦୟଙ୍କ ଦ୍ୱାରା ପ୍ରଥମେ ଗାନ୍ଧୀ ପାର୍କ ଠାରେ ତତ୍ ପରେ ଗାନ୍ଧୀ ଛକ ଠାରେ ଥିବା ପ୍ରତିମୂର୍ତ୍ତି ଠାରେ ମାଲ୍ୟାର୍ପଣ କରାଯାଇ ଥିଲା । ଏଥି ସହିତ ଅଧ୍ୟକ୍ଷ, ବିକ୍ରମ ଦେବ ମହାବିଦ୍ୟାଳୟ, ଡ଼ ଗୋପାଳ ହାଲଦାର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦା ଗାଦବା, ପୂଜ୍ୟ ପୂଜା ସଂସଦର ସମ୍ପାଦକ ତପନ କିରଣ ତ୍ରିପାଠୀ, ସହ-ସମ୍ପାଦକ ବୈରାଗି ଚରଣ ସାହୁ, କିରାଣୀ-ତଥା-ଗ୍ରନ୍ଥାକାରକ ଶ୍ରୀ ସନ୍ତୋଷ କୁମାର ସାହୁ, ସହକାରୀ କୃଷି ବୈଷୟିକ ଅଧିକାରୀ, ଜୟପୁର, ଶ୍ରୀ ସାଇ ଶଙ୍କର ନାୟକ ଓ ସାମ୍ବାଦିକ ବନ୍ଧୁ ପ୍ରମୁଖ ଉପସ୍ଥିତ ରହିଥିଲେ ।