ଗ୍ୟାସ ସିଲିଣ୍ଡର ଫାଟି ୨ ଆହତ

0

ପୁରୀ (ଜୟନ୍ତ କୁମାର ସେଠି ): ଅସାବଧାନତା ଯୋଗୁ ଘରେ ରୋଷେଇ କରୁଥିବା ସମୟରେ ଗ୍ୟାସ ସିଲିଣ୍ଡର ଲିକ୍ ହୋଇ ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ପୁରୀ ଜିଲ୍ଲା ବ୍ରହ୍ମଗିରି ଚାରିବାଟିଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ତେବେ ଆହତ ହୋଇଥିବା ଦୁଇଜଣ ବ୍ୟକ୍ତି ହେଲେ ଚାରିବାଟିଆ ଗ୍ରାମର ସଞ୍ଜୟ ବେହେରା ଓ ଭାସ୍କର ବେହେରା। ଦୁଇ ଆହତଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି।

ତେବେ କାଲି ସନ୍ଧ୍ୟା ସମୟରେ ସଞ୍ଜୟ ଓ ଭାସ୍କର ଘରେ ରୋଷେଇ କରୁଥିବା ସମୟରେ ଗ୍ୟାସ ସିଲିଣ୍ଡର ଲିକ୍ ହୋଇଯାଇଥିଲା। ପାଖରେ ଏକ ଚୁଲି ଜଳୁ ଥିବାରୁ ଗ୍ୟାସ୍ ଚୁଲି ର ଅଗ୍ନି ସଂସ୍ପର୍ଶରେ ଆସି ନିଆଁ ଲାଗି ଯାଇ ଥିଲା। ଫଳରେ ଘଟଣସ୍ଥଳରେ ଦୁଇ ଜଣ ଆହତ ଥିଲେ। ସୌଭାଗ୍ୟ ବସତ୍ ଗ୍ୟାସ୍ ସିଲିଣ୍ଡର୍ ଟି ଫାଟି ନ ଥିବା ହେତୁ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଛି।