ନୂଆଦିଲ୍ଲୀ: ପ୍ରାକୃତିକ ଗ୍ୟାସରେ ପୁଣି ଦରଦାମ ହ୍ରାସ ଘଟିଛି । ଇଣ୍ଡିଆନ ଅଏଲ ମାର୍କେଟିଙ୍ଗ କଂପାନୀ ଏଲ. ପି. ଜି ଗ୍ୟାସ ସିଲିଣ୍ଡର ପିଛା ୨୫.୫୦ ପଇସା ହ୍ରାସ କରିଛି । ଯାହାକି ଜାତୀୟ ରାଜଧାନୀ ଉପରେ ପ୍ରଭାବ ପକାଇଛି । ଯଦି ଆମେ ପୂର୍ବ ଦର କଥା ଆଲୋଚନା କରିବା ତେବେ ଦିଲ୍ଲୀରେ ୧୯କି.ଲୋ ସିଲିଣ୍ଡର ପିଛା ୧,୮୮୫ ଟଙ୍କା ରହିଥିଲା । ହେଲେ ବର୍ତ୍ତମାନ ତାହା ପରିବର୍ତ୍ତେ ୧,୮୫୯.୫୦ଟଙ୍କା ରହିଛି ।
ସେହିପରି କୋଲକତାରେ ସିଲିଣ୍ଡର ପିଛା ୧୯୫୯ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ୧୮୧୧.୫୦ ଟଙ୍କା ଗ୍ୟାସ ଦର ରହିଛି । ତେବେ ପୂର୍ବ କଥା ଦେଖିଲେ ଗତ ସେପ୍ଟେମ୍ବର ୧ ତାରିଖରେ ସିଲିଣ୍ଡର ପିଛା ୯୧.୫୦ ଟଙ୍କା ହ୍ରାସ ଘଟିଥିଲା । ୧,୯୭୬ ଟଙ୍କା ରୁ ୧,୮୮୫ ଟଙ୍କାରେ ଗୋଟେ ମାସ ଧରି ସ୍ଥଗିତ ରହିଥିଲା ।
ତେବେ ଗତ ଜୁଲାଇ ୬ କଥା ଦେଖିଲେ ୧୪.୨ କେ.ଜି ଘରୋଇ ଲିକୁଡ୍ ପେଟ୍ରୋଲିୟମ ଗ୍ୟାସ ସିଲିଣ୍ଡର ପ୍ରତି ୟୁନିଟ ପିଛା ୫୦ଟଙ୍କା ବୃଦ୍ଧି ଘଟିଥିଲା । ବର୍ତ୍ତମାନ ନୂଆଦିଲ୍ଲୀ ଜାତୀୟ ରାଜଧାନୀ, ଲିକୁଡ୍ ପେଟ୍ରୋଲିୟମ ଗ୍ୟାସର ପ୍ରତି ୟୁନିଟ ପିଛା ୧,୦୫୩ ଟଙ୍କା ରେ ବିକ୍ରି କରୁଛି ।