‘ମୋର ଯଥାଶୀଘ୍ର ଜଣେ ବଏଫ୍ରେଣ୍ଡ ଆବଶ୍ୟକ’ : ଗେହାନା ବଶିଷ୍ଠ

ଅଭିନେତ୍ରୀ ଗେହାନା ବଶିଷ୍ଠ ନିଜର ବିବାଦୀୟ ବିବୃତ୍ତି ଏବଂ ବୋଲ୍ଡ ଫଟୋସୁଟ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି ।

0

(ମୁମ୍ବାଇ) : ଅଭିନେତ୍ରୀ ଗେହାନା ବଶିଷ୍ଠ ନିଜର ବିବାଦୀୟ ବିବୃତ୍ତି ଏବଂ ବୋଲ୍ଡ ଫଟୋସୁଟ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି । ଗେହାନା ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି କିଛି ପୋଷ୍ଟ କରିଛନ୍ତି ଯାହା ଭାଇରଲ ହେବାରେ ଲାଗିଛି । ଗେହନାଙ୍କ ଏହି ପୋଷ୍ଟରେ ଅନେକ ଲୋକ ତାଙ୍କୁ ଟ୍ରୋଲ୍ କରୁଛନ୍ତି।

ସୂଚନାନୁଯାୟୀ , ଗେହାନା ଏହି ପୋଷ୍ଟକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଅଭିନେତ୍ରୀ ଲେଖିଛନ୍ତି, ‘ମୁଁ ବ୍ୟସ୍ତ ଅଛି … ମୋର ଯଥାଶୀଘ୍ର ଜଣେ ବଏଫ୍ରେଣ୍ଡ ଆବଶ୍ୟକ ଏବଂ ମୋତେ ଆଜି ରାତି ୮ ଟା ସୁଦ୍ଧା ତାଙ୍କ ନାମ ଲକ୍ କରିବାକୁ ପଡିବ। ତେଣୁ ଯିଏ ବି ଗୁଡ୍ ଲୁକିଂ, ସିଙ୍ଗଲ୍, ଯୁବକ ଏବଂ ଧନୀ ଅଛନ୍ତି .. ତୁରନ୍ତ ମୋତେ ମେସେଜ୍ କରନ୍ତୁ। ‘ ଗେହନାଙ୍କ ଏହି ପୋଷ୍ଟ ଦେଖିବା ପରେ ଲୋକମାନେ ତାଙ୍କୁ ଖରାପ ଟ୍ରୋଲ କରୁଛନ୍ତି।