ଭୁବନେଶ୍ୱର;ଗୃହରେ ରତ୍ନ ଭଣ୍ଡାର ଚାବିନେଇ କଂଗ୍ରେସ ଓ ଶାସକ ଦଳ ମଧ୍ୟରେ ଛକାପଞା ନିତି ଚାଲିଛି ।ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।ରତ୍ନ ଭଣ୍ଡାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ରତ୍ନ ଭଣ୍ଡାର ଚାବି ଘଟଣାରେ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଥିବା କଥା ମଧ୍ୟ କୁହାଯାଉଛି ।
ସେହିପରି ଜସିଷ୍ଟ ରଘୁବୀର ଦାସ କମିସନଙ୍କ ରିପୋର୍ଟ ଗୃହରେ ଉପସ୍ଥାପନ କରିବାକୁ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ତେବେ ସେ ଏହା ମଧ୍ୟ କହିଛନ୍ତି ରାଜ୍ୟସରକାର ୨୧ବର୍ଷଧରି ୨୪ଟି କମିସନ ବସାଇଛନ୍ତି । ଏବାବବଦକୁ ମଧ୍ୟ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଛି ।ମାତ୍ର କୈାଣସି ରିପୋର୍ଟ ଏଯାଏଁ କାହିଁକି ଦାଖଲ ହୋଇନି ବୋଲି ଶାସକ ଦଳକୁ ପ୍ରଶ୍ନ କରିଛନ୍ତି ସନ୍ତୋଷ ସିଂ ।
କେବଳ ଦିନକୁ ଦିନ ତଦନ୍ତ କମିସନଙ୍କ କାର୍ଯ୍ୟାଳୟ ଶେଷ ହୋଇଯାଉଛି ହେଲେ ତଦନ୍ତ ଆଳରେ ଅବଧି ବଢିବାରେ ଲାଗିଛି ।ତେବେ ଏନେଇ କୈାଣସି ଉତ୍ତର ରଖିବାକୁ ମଧ୍ୟ ପଛଘୁଂଚା ଦେଇଛନ୍ତି ଶାସକ ଦଳ ।