ହକି ବିଶ୍ୱକପ : ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ମାତ୍ ଦେଇ ଫାଇନାଲ ଟିକେଟ ହତେଇଲା ଜର୍ମାନୀ

0

ଭୁବନେଶ୍ୱର : ହକି ବିଶ୍ୱକପ ସେମିଫାଇନାଲ ମୁକାବିଲା ଜିତିଲା ଜର୍ମାନୀ । ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ମାତ୍ ଦେଇ ଫାଇନାଲ ଟିକେଟ ହତେଇଲା ଜର୍ମାନୀ | ଟିମ ଜର୍ମାନୀର ଆକ୍ରମଣାତ୍ମକ ଖେଳ ପରେ ଫାଇନାଲ ରେ ପାଇଲା ଜାଗା | ପ୍ରଥମାର୍ଦ୍ଧ ସୁଦ୍ଧା ୨-୦ରେ ଆଗୁଆ ରହିଥିଲା ଅଷ୍ଟ୍ରେଲିଆ ।

ପରେ ଦ୍ୱିତୀୟାର୍ଦ୍ଧରେ ଅଷ୍ଟ୍ରେଲିଆ ମାତ୍ର ଗୋଟିଏ ଗୋଲ ଦେଇଥିବା ବେଳେ ଜର୍ମାନୀ ୪ଟି ଗୋଲ ଦେବାରେ ସକ୍ଷମ ହୋଇଥିଲା । ଦୁଇ ଦଳ ଭିତରେ କାଣ୍ଟେକା ଟକ୍କର ହୋଇଥିଲା | ଫିଲ୍ଡ ଗୋଲ ଜରିଆରେ ଗୋଲ ବ୍ୟବଧାନ ୪-୩କୁ ବୃଦ୍ଧି କରି ଫାଇନାଲ ଟିକେଟ ହାତେଇଥିଲା ଜର୍ମାନୀ ।