(ଶିଳାସ୍ମିତା ରାୟ) ଭୁୁବନେଶ୍ୱର: ଗୋଟିଏ ପଟେ ଅଯୋଧ୍ୟା ମାମଲା ସୁପ୍ରିମ କୋର୍ଟରେ ଚାଲିଛି । ଗତ ସପ୍ତାହରେ ଏହି ମାମଲାର ଶୁଣାଣୀ ଆସନ୍ତା ମାସ ୧୮ ତାରିଖ ସୁଦ୍ଧା ଶେଷ କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗଇ କହିଛନ୍ତି । ଏହାରି ଭିତରେ ବିଭିନ୍ନ ନେତା ଭିନ୍ନ ଭିନ୍ନ ବୟାନ ବାଜି ଚଳାଇଛନ୍ତି । ଏଥିରୁ ବାଦ ପଡିନାହାନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ । ମୁଜାଫରପୁରରେ ସେ ଅଯୋଧ୍ୟାକୁ ନେଇ ଦେଇଛନ୍ତି ଏକ ବଡ ବୟାନ । ଗିରିରାଜ କହିଛନ୍ତି, ତାଙ୍କ ରାଜନୈତିକ ଜୀବନ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି । ଧାରା ୩୭୦ ଉଚ୍ଛେଦ ପରେ ମୋର ଅଧା ରାଜନୈତିକ ଲକ୍ଷ୍ୟ ପୂରା ହୋଇଛି । ଏବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ମୋ ଜୀବନର ଏକମାତ୍ର ସ୍ୱପ୍ନ । ସେତିକି ପୂରା ହୋଇଗଲେ ରାଜନୀତିକୁ ପ୍ରଣାମ କରି ସନ୍ୟାସ ନେବି ।