ଗଞ୍ଜେଇ ଚେକିଂ ବେଳେ ଧରାପଡ଼ିଲା ସୁନା ଚୋରା କାରବାର

ଗଞ୍ଜେଇ ଯାଞ୍ଚ ବେଳେ ମିଳିଲା ନଗଦ ୧ କୋଟି ୨୨ଲକ୍ଷ ଟଙ୍କା ଓ ୨୨ଟି ସୁନା ବିସ୍କୁଟ

0

ବ୍ରହ୍ମପୁର: ହିଞ୍ଜିଳି: ଗଞ୍ଜେଇ ଯାଞ୍ଚ ବେଳେ ବିନା ଜିଏସଟିରେ ସୁନା କିଣାବିକା ରାକେଟ୍ ଠାବ ହୋଇଛି । ଗତକାଲି ଅପରାହ୍ନରେ ସ୍ଥାନୀୟ ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗକୁ ଏକ କାରରୁ ଏକ କୋଟି ୨୨ ଲକ୍ଷର ୫୦ ହଜାର ନଗଦ ଟଙ୍କା ମିଳିଥିବା ଜଣା ପଡିଛି । ଜବତ ଟଙ୍କା ସହ ଅଟକ ବ୍ୟକ୍ତିଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଛି । ଅଟକ ବ୍ୟକ୍ତି ମହାରାଷ୍ଟ୍ରର ଭରତ ଗୋଖେ ନାୟକ ବୋଲି ସୂଚନା ମିଳିଛି ।

ଭରତ ଗୋଖେ ନାୟକଙ୍କୁ ପଚରା ଉଚରା ବେଳେ ସ୍ଥାନୀୟ ସୁନା ବ୍ୟବସାୟୀଙ୍କ ଠାରୁ ୨୨ ଟି ସୁନା ବିସ୍କୁଟ ଜବତ ହୋଇଛି । ଏତେ ପରିମାଣର ଟଙ୍କା ଓ ସୁନା ମିଳିବା ପରେ ପୋଲିସ, ଆୟକର ବିଭାଗକୁ ଯୋଗାଯୋଗ କରି ଖୋଳତାଡ ଆରମ୍ଭ କରିଛି ।