ଟ୍ରାଫିକ୍ ପୋଲିସଙ୍କ ଘରେ ସୁନା ପାଇଖାନା , ମାଲିକ ଗିରଫ

ଟ୍ରାଫିକ୍ ପୋଲିସ ମୁଖିଆଙ୍କ ଘରେ ପହଞ୍ଚିଥିଲା ପୋଲିସ । ଘରେ ପହଞ୍ଚିବା ମାତ୍ରେ ପୋଲିସ ଯାହା ଦେଖିଲା ଆଖିକୁ ବିସ୍ୱାସ କରିପାରିଲା ନାହିଁ।

0

(ଦିଲ୍ଲୀ) : ଟ୍ରାଫିକ୍ ପୋଲିସ ମୁଖିଆଙ୍କ ଘରେ ପହଞ୍ଚିଥିଲା ପୋଲିସ । ଘରେ ପହଞ୍ଚିବା ମାତ୍ରେ ପୋଲିସ ଯାହା ଦେଖିଲା ଆଖିକୁ ବିସ୍ୱାସ କରିପାରିଲା ନାହିଁ। ରାଜମହଲ ଭଳି ଘର ସାଙ୍ଗକୁ ଝରକା, କବାଟ, ବେଡ୍‌ ଲାଇଟ୍‌ ଆଦି ସବୁ ଥିଲା ସୁନାରେ ତିଆରି। କିନ୍ତୁ ସବୁଠାରୁ ବଡ କଥା ହେଉଛି କି ପୋଲିସକର୍ମୀ ପାଇଖାନା ଘରେ ତଲାସୀ କଲେ। ସେଠି ଟିଏଲେଟ୍‌ ବି ଥିଲା ସୁନାରେ ତିଆରି। ଏସବୁ ଦେଖିବା ପରେ ସମସ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

 

ସୂଚନାନୁଯାୟୀ , ଏହି ଘଟଣା ହେଉଛି ସୁଦୁର ଋଷିଆରେ। ରଷ ଅଧିକାରୀମାନେ ହଜାର ହଜାର ଡଲାର ଲାଞ୍ଚ କାରବାର ଖୁଲାସା କରିଛନ୍ତି। ଏଥିରେ ଅନେକ ଟ୍ରାଫିକ ପୁଲିସ ସାମିଲ ଅଛନ୍ତି। ହେଲେ ଟ୍ରାଫିକ ପୁଲିସର ମୁଖ୍ୟଙ୍କ ଶୌଚାଳୟ କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସୌଚାଳୟରେ ଟୟଲେଟ୍‌ ସୁନାରେ ତିଆରି ହୋଇଥିବା ବେଳେ ଚଟାଣ ବି ଠିକ୍ ମେଳ କରି ବସାଯାଇଛି। ପୂରା ରାଜକୀୟ ଠାଣୀ। ଟ୍ରାଫିକ୍ ପୁଲିସ କର୍ଣ୍ଣେଲ୍ ଅଲେକ୍ସୀ ସଫୋନୋବଙ୍କୁ ଏହି ଲାଞ୍ଚ କାରବାର ଅଭିଯୋଗରେ ଗିରଫ କରାଯାଇଛି।