ପରଲୋକରେ ପ୍ରଡ୍ୟୁସର ରାଜୁ ଶାହ

ଆରପାରିରେ ୬୩ ବର୍ଷୀୟ ଫିଲ୍ମର ପ୍ରଡ୍ୟୁସର ରାଜୁ ଶାହ । ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି ।

0

(ମୁମ୍ବାଇ) : ଆରପାରିରେ ୬୩ ବର୍ଷୀୟ ଫିଲ୍ମର ପ୍ରଡ୍ୟୁସର ରାଜୁ ଶାହ । ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ପତ୍ନୀଙ୍କ ସହ ଛୁଟି କାଟିବାକୁ କଶ୍ମୀର ଯାଇଥିବା ବେଳେ ସେଠାରେ ଆଖି ବୁଜିଛନ୍ତି ରାଜୁ ଶାହ ।

ସୂଚନାନୁଯାୟୀ , ଗତକାଲି ବିଳମ୍ବିତ ରାତିରେ ରାଜୁଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ସେ ଆଖି ବୁଜିଛନ୍ତି। ଏହାପରେ ରାଜୁଙ୍କ ପୁଅଝିଅ ତାଙ୍କୁ ବିମାନ ଯୋଗେ ଦିଲ୍ଲୀ ଆଣିବା ପରେ ସେଠାରୁ ମୁମ୍ବାଇ ଆଣିବେ ବୋଲି ଜଣାଯାଇଛି। ଆଜି ବିଳମ୍ବିତ ରାତିରେ ମୁମ୍ବାଇରେ ପହଞ୍ଚିବା ପରେ ଆସନ୍ତାକାଲି ଙ୍କ ଅନ୍ତିମ ସତ୍କାର କରାଯିବ ବୋଲି ସ୍ୱର୍ଗତ ରାଜୁ ଶାହଙ୍କ ନିକଟତମ ବନ୍ଧୁ ଗୋବର୍ଦ୍ଧନ ତନୱାନି ସୂଚନା ଦେଇଛନ୍ତି।