ଫେବୃଆରୀ ୨୪ରୁ ବନ୍ଦ ହୋଇଯିବ ଗୁଗୁଲ ପ୍ଲେ ମ୍ୟୁଜିକ ଆପ୍

0

(ନୁଆଦିଲ୍ଲୀ): ଗୁଗୁଲ ନିଜ ୟୁଜର୍ସଙ୍କୁ ଯୋଗାଉଥଗିବା ଏକ ସେବା ଚଳିତମାସ ବନ୍ଦ କରିଦେବ । ଆସନ୍ତା ୨୪ ତାରିଖରୁ ଗୁଗୁଲ ପ୍ଲେ ମ୍ୟୁୁଜିକ ଆପ୍ ବନ୍ଦ ହେବାକୁ ଯାଉଛି । ଏନେଇ କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ଗୁଗୁଲ କମ୍ପାନୀ ଏହି ମ୍ୟୁଜିକ ଆପ୍କୁ ୟୁଟ୍ୟୁବ ମ୍ୟୁଜିକରେ ପରିବର୍ତ୍ତନ କରିବାକୁ ଯାଉଥିବା ସୂଚନା ରହିଛି । ଏଣୁ ଗୁଗୁଲ ଏହାର ୟୁଜର୍ସଙ୍କୁ ଇମେଲ ଜରିଆରେ ପ୍ଲେ ମ୍ୟୁଜିକ ଆପର ଡାଟାଗୁଡିକୁ ୟୁଟ୍ୟୁବ ମୁୁଜିକକୁ ଟ୍ରାନ୍ସଫର କରିନେବାକୁ ସୂଚନା ଦେଇଛି । ଅନେକ ମ୍ୟୁଜିକ ଆପର ବହୁଳ ବ୍ୟବହାର ହେଉଥିବା ବେଳେ ଗୁଗୁଲ ପ୍ଲେ ମ୍ୟୁଜିକ ପଛରେ ପଡିଯାଇଛି । ଏହି ଆପକୁ ବନ୍ଦ କରାଯିବାର ଏହା ଅନ୍ୟତମ କାରଣ ବୋଲି ଶୁଣିବାକୁ ମିଳୁଛି ।