ଛୋଟ ଓ ମଧ୍ୟମ କମ୍ପାନୀଙ୍କୁ ୭୫ ମିଲିୟନ ଡଲାରର ସହାୟତା ଦେବ ଗୁଗୁଲ

0

(ନୁଆଦିଲ୍ଲୀ): କରୋନା ମହାମାରୀ ଭିତରେ ଛୋଟ ଓ ମଧ୍ୟମ ଧରଣର କମ୍ପାନୀଗୁଡିକର ମେରୁଦଣ୍ଡ ଏକ ପ୍ରକାର ଭାଙ୍ଗି ପଡିଛି । ଏହି କମ୍ପାନୀଗୁଡିକର ବ୍ୟବସାୟକୁ ପୂର୍ବ ପରି ସଶକ୍ତ କରିବା ପାଇଁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗୁଲ ସହାୟତାର ହାତ ବଢାଇଛି । ୟୁରୋପିଆନ ଇନଭେଷ୍ଟମେଣ୍ଟ ଫଣ୍ଡ ଓ ଅନ୍ୟ ୨ଟି ଅନୁଷ୍ଠାନର ସହଯୋଗରେ ଗୁଗୁଲ କରୋନା ମହାମାରୀ ବେଳେ କ୍ଷତି ସହିଥିବା ଛୋଟ ଓ ମଧ୍ୟମ ଧରଣର କମ୍ପାନୀଗୁଡିକୁ ୭୫ ମିଲିୟନ ଡଲାରର ସହାୟତା ଦେବାକୁ ଘୋଷଣା କରିଛି । ୟୁରୋପର ୧ ହଜାର ଛୋଟ ବ୍ୟବସାୟୀଙ୍କୁ ଗୁଗୁଲ ୧୫ ମିଲିୟନ ଡଲାରର ସହଯୋଗ କରିଥିବା ବେଳେ ୨୦୦ ଲାଇଫ ସାଇନ୍ସ କମ୍ପାନୀକୁ ୧୦ ମିଲିୟନ ଡଲାର ଦିଆଯାଇଛି । ଗୁଗୁଲର ଏକ ୟନିଟ ଆଲଫାବେଟ ଏନେଇ ସୂଚନା ଦେଇକ୍ତି । ଏହାସହ ଆମେରିକାନ ଡେଭଲପମେଣ୍ଟ ବ୍ୟାଙ୍କ ସହ ମିଶି ଗୁଗୁଲ ୮ ମିଲିୟନ ଡଲାର ଲାଟିନ ଆମେରିକୀୟ ଛୋଟ ବ୍ୟବସାୟୀକ କମ୍ପାନୀ ମାନଙ୍କୁ ଦେବାକୁ ଯୋଜନା କରିଛି ।