ବିଦ୍ୟୁତ ତାର ଛିଣ୍ଡି ବୃଦ୍ଧ ମୃତ

0

( ଜୟନ୍ତ ସେଠୀ) : ପୁରୀ ଜିଲ୍ଲା କୋଣାର୍କଠାରେ ବିଦ୍ୟୁତ ତାର ଛିଣ୍ଡି ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଗୋପ ବ୍ଲକ ଗଡବାଙ୍ଗର ପଞ୍ଚାୟତର ହୁର୍ଷିକେଶ ଛୋଟରାୟ । ଆଜି ସକାଳେ ଘରୁ ବାହାରି ଆସିଲାବେଳେ ତାଙ୍କ ଉପରେ ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଏନେଇ ସ୍ଥାନୀୟ ଲୋକମାନେ କ୍ଷତି ପୂରଣ ଦାବିରେ ପୁରୀ- କୋଣାର୍କ ରାସ୍ତା ଅବରୋଧ କରିଛନ୍ତି । ଏହି ଘଟଣା ସମ୍ପର୍କରେ ଖବର ପାଇ ନିମାପଡା ସଡିପିୟ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ବିଦ୍ୟୁତ ବିଭାଗଠାରୁ ୨୦ ହଜାର ଟଙ୍କା ମୃତ ବ୍ୟକ୍ତିଙ୍କ ପରିବାରକୁ ପ୍ରଦାନ କରାଯିବା ପରେ ରାସ୍ତାରୋକରୁ ଓହରିଥିଲେ ଗ୍ରାମବାସୀ ।