ଉଦଳା/ଦୀପକ ମିଶ୍ର : ଗୋପବନ୍ଧୁ ଦାସଙ୍କ ୧୪୫ ତମ ଜନ୍ମ ଜୟନ୍ତୀ | ମୟୂରଭଞ୍ଜ ଜିଲ୍ଲା ଉଦଳା ଗୋପବନ୍ଧୁ ସେବା ଟ୍ରଷ୍ଟ ପକ୍ଷରୁ ରବି ବାର ଉଦଳା ଓକିଲ ସଂଘ ସଭା ଗୃହରେ ଗୋପବନ୍ଧୁଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବେ ଉଦଳା ବିଧାୟକ ଭାସ୍କର ମୋଢେଇ, ସମ୍ମାନିତ ଅତିଥି ଭାବେ ଉଦଳା ଏନଏସିର ଅଧ୍ୟକ୍ଷା ପ୍ରମିଳା ପଣ୍ଡା ପ୍ରମୁଖ ଯୋଗ ଦେଇ ଗୋପବନ୍ଧୁ ଦାସଙ୍କ ଜୀବନୀ ଓ ଏ ଜାତି ପାଇଁ ବଳିଷ୍ଠ କର୍ତ୍ତବ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ | ସାହିତ୍ୟ ଓ ସେବା ପାଇଁ ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟ ଅତିଥି ସମ୍ମାନୀତ କରିଥିଲେ | ଏହି ଜନ୍ମ ଜୟନ୍ତୀରେ ବହୁ ବୁଦ୍ଧିଜୀବୀ ଓ କବି ଯୋଗ ଦେଇଥିଲେ | ଏହି ପରି କି ଉକ୍ତ ସେବା ଟ୍ରଷ୍ଟର ସଦସ୍ୟ ମାନେ ଉଦଳା ବସ ଷ୍ଟାଣ୍ଡ ଛକ ଠାରେ ଥିବା ଗୋପବନ୍ଧୁଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପ ମଲ୍ୟ ଦେଇ ସ୍ମୃତି ଚାରଣ କରିଥିଲେ |