ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିସ୍ପୋରକ ବୟାନ

0

ଭୁବନେଶ୍ୱର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିସ୍ପୋରକ ବୟାନ । ବିଜେଡିରୁ ବହିସ୍କୃତ ଏହି ନେତା ଏକ କର୍ମି ସମ୍ମିଳନୀରେ ଯାହା କହିଛନ୍ତି ତାହା ତାଙ୍କର ଆଗାମୀ ରାଜନୈତିକ ଭବିଷ୍ୟତ କଣ ହେବ ତାହା ସୂଚାଇ ଦେଉଛି । ସେ ଯାହା କହିଛନ୍ତି ତାହା ରାଜ୍ୟ ରାଜନୀତିରେ ବର୍ତ୍ତମାନ ହଟଚମଟ ସୃଷ୍ଟି କରିଛି । ପ୍ରଦୀପ ପାଣିଗ୍ରାହୀ କର୍ମି ସମ୍ମିଳନୀରେ ସିଧାସିଧା କହିଛନ୍ତି ଯେ ପଦ୍ମପୁରରେ ପଦ୍ମ ଫୁଟିବ । ବିଜେଡିରେ ଲେଖା ଛିଣ୍ଡେଇ ଦିଅ  । ପଦ୍ମପୁର ବାସୀ ଜାଣିବା ଦରକାର ଯେ, ସେହି ନାଁଟି ଯାହା ହୋଇଛି ତାହାର ସାର୍ଥକତା ରଖନ୍ତୁ। ପଦ୍ମ ଫୁଲରେ ଭୋଟ ଦେଇ ପ୍ରଦୀପ ପୁରୋହିତଙ୍କୁ ଜୟଯୁକ୍ତ କରାନ୍ତୁ । ଏପରି ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି ଯେ ପ୍ରଦୀପ ପାଣିଗ୍ରାହୀ ବିଜେପି ଆଡକୁ ଢଳିବାରେ ଲାଗିଛନ୍ତି ବୋଲି ଜଣାପଡିଛି । ନଚେତ ପଦ୍ମକୁ ଭୋଟ ଦେବା ପାଇଁ ସେ କେବେ ବି ନିବେଦନ କରିବା କଥା ନୁହେଁ ।