ଦନ୍ତା ହାବୁଡ଼ରେ ପଡି ବୃଦ୍ଧ ମୃତ

ଅଚାନକ ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଅଞ୍ଚଳରେ ।

0

(ଢେଙ୍କାନାଳ) : ଅଚାନକ ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଅଞ୍ଚଳରେ । ହାତୀଟି ତାଙ୍କୁ ଆକ୍ରମଣ କରି ମାରିବା ପରେ ପାଖ ଜଙ୍ଗଲକୁ ପଳାଇଯାଇଥିବା ସୂଚନା ମିଳିଛି। ତେବେ ଏହି ଘଟଣା ପରେ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଖବର ପାଇ କପିଳାଶ ବନାଞ୍ଚଳ ବନ କର୍ମଚାରୀ ଓ ପୋଲିସ ପହଁଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

ସୂଚନାନୁସାରେ, ଶନିବାର ରାତିରେ ଏକ ଦନ୍ତା ହାତୀ ଗୋପାଳପୁର ଗ୍ରାମରେ ପଶିଥିଲା। ଭୋର ୫ଟା ସମୟରେ ୭୦ବର୍ଷୀୟ ବୃଦ୍ଧ ଫକୀର ନାୟକ ଶୌଚ ପାଇଁ ଉଠି ଘର ପଛକୁ ଯାଇଥିବା ବେଳେ ଏହି ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ। ହାତୀ ଶୁଣ୍ଢରେ ଟେକି କଚାଡି ଦେବାରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି।