ଗୋପ/ ଜୟନ୍ତ ସେଠୀ :ଗୋପବନ୍ଧୁଙ୍କ ଜିଲ୍ଲାସ୍ତରୀୟ ୧୪୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ସତ୍ୟବାଦୀ ସୁଆଣ୍ଡୋ ସ୍ଥିତ ଜନ୍ମ ମାଟିରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଗୋପବନ୍ଧୁ ଙ୍କ ତ୍ୟାଗ କୁ ମନେ ପକାଇଛନ୍ତି ବିଭିନ୍ନ ବର୍ଗର ଲୋକେ । ଏହି କାର୍ୟ୍ୟକ୍ରମ ରେ ଅନେକ ସମାଜସେବୀ , ବୁଦ୍ଧିଜୀବୀ , ଛାତ୍ରଛାତ୍ରୀ ଓ ଜିଲ୍ଲା ପ୍ରଶାସନ ର ଅଧିକାରୀ ମାନେ ସାମିଲ ହୋଇଥିଲେ ।ଗୋପବନ୍ଧୁଙ୍କ ତ୍ୟା୍ଗ ଓ ବଳିଦାନ ତାଙ୍କର ନିଷ୍ଠା ଓ ସେବା ନିମନ୍ତେ ଉତ୍କଳମଣି ଉତ୍କଳବାସୀଙ୍କ ପାଇଁ ସ୍ମରଣୀୟ ରହିବେ ବୋଲି ମତବ୍ୟକ୍ତ କରିଛନ୍ତି ପରିବାର ଓ ବୁଦ୍ଧିଜୀବୀ।