ରିମାଣ୍ଡରେ ଗଲେ ଗୋପପୁର ରେଞ୍ଜ ଫରେଷ୍ଟର

0

ଆଠଗଡ: ଆଠଗଡ ବନଖଣ୍ଡ ଅଞ୍ଚଳରେ ବାରମ୍ବାର ହାତୀ କଙ୍କାଳ ଠାବ ହୋଇଥିଲା। ଏନେଇ ବନ ବିଭାଗ ପକ୍ଷରୁ ଖୋଡତାଳ ଆରମ୍ଭ ହୋଇଥିଲା। ସମ୍ପୃକ୍ତ ଘଟଣାରେ ପିସିସିଏଫ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ତଦନ୍ତ। ତେବେ ଏହି ଘଟଣାରେ ସମ୍ପୃକ୍ତ ଗୋପପୁର ରେଞ୍ଜ ଫରେଷ୍ଟର ପ୍ରଦୀପ ପରିଡାଙ୍କୁ ବନ ବିଭାଗ ପକ୍ଷରୁ ପଚରାଉଚୁରା ଲାଗି ରିମାଣ୍ଡରେ ନିଆଯାଇଛି। ରିମାଣ୍ଡର ଅବଧି ୧୦ ତାରିଖ ପର୍ଯ୍ୟନ୍ତ ରହିଛି। ବାରମ୍ବାର ହାତୀ କଙ୍କାଳ ମିଳିବା ଘଟଣାରେ ପୂର୍ବରୁ ବନ ବିଭାଗ କର୍ମଚାରୀଙ୍କ ସମେତ କିଛି ସାଧାରଣ ଲୋକଙ୍କୁ ଗିରଫ କରିଥିଲା ବିନବିଭାଗ। ହେଲେ ଶ୍ରୀ ପରିଡା ବିଭାଗକୁ ଚକମା ଦେଇ ଲୁଚି ରହିଥିଲେ। ବନ ବିଭାଗ ପକ୍ଷରୁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ବଡମ୍ବା ଉପକାରଗାରରେ ତାଙ୍କୁ ରଖାଯାଇଥିଲା। ତେବେ ଅଧିକ ତଦନ୍ତ ଲାଗି ତାଙ୍କୁ ରିମାଣ୍ଡରେ ଅଣା ଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ କଙ୍କାଳ ଉଦ୍ଧାର ଘଟଣାରେ ତାଙ୍କର ସମ୍ପୃକ୍ତି ନଥିବା ନେଇ ଗଣମାଧ୍ୟମ ଠାରୁ ଦୂରେଇ ରହିଥିଲେ ପ୍ରଦୀପ ପରିଡ।।