ଶିଶୁମାନଙ୍କ ଉପରେ Covovax ଭ୍ୟାକ୍ସିନର ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

୨ ରୁ ୧୭ ବର୍ଷର ଶିଶୁମାନଙ୍କ ଉପରେ Covovax ଭ୍ୟାକ୍ସିନର ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ସେରମ ଇନଷ୍ଟିଚ୍ୟୁଟକୁ ମିଳିଲା ଅନୁମତି।

0

(ଦିଲ୍ଲୀ) : ୨ ରୁ ୧୭ ବର୍ଷର ଶିଶୁମାନଙ୍କ ଉପରେ Covovax ଭ୍ୟାକ୍ସିନର ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ସେରମ ଇନଷ୍ଟିଚ୍ୟୁଟକୁ ମିଳିଲା ଅନୁମତି। ୧୦ଟି ସ୍ଥାନରେ ଏହି ପରୀକ୍ଷଣ ହେବାକୁ ଥିବା ବେଳେ ଏହି ପରୀକ୍ଷଣରେ ୯୨୦ ଜଣ ଶିଶୁଙ୍କୁ ସାମିଲ କରାଯିବ। ସେମାନଙ୍କ ମଧ୍ୟରୁ ୧୨ ରୁ ୧୭ ଏବଂ ୨ ରୁ ୧୧ ବର୍ଷ ଆୟୁ ବର୍ଗରେ ୪୬୦ ଜଣ ଲେଖାଏଁ ଶିଶୁଙ୍କୁ ସାମିଲ କରାଯିବ।

ସୂଚନାନୁଯାୟୀ , କେନ୍ଦ୍ର ଔଷଧି ମାନକ ନିୟନ୍ତ୍ରଣ ସଙ୍ଗଠନ covid-19 ଉପରେ ବିଶେଷଜ୍ଞ କମିଟି ମଙ୍ଗଳବାର ଦିନ SII ଦ୍ଵାରା ଦାଖଲ ହୋଇଥିବା ସଂଶୋଧିତ ଅଧ୍ୟୟନ ପ୍ରୋଟୋକଲ୍ ଏବଂ ୨ ରୁ ୧୭ ବର୍ଷ ବୟସର ପିଲାମାନଙ୍କ ଉପରେ Covovax ଭ୍ୟାକ୍ସିନର ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଉପରେ ବିଚାର କରିଛି। ପୁଣେର ଔଷଧ କମ୍ପାନୀ ଟିକାର ସୁରକ୍ଷା ଏବଂ ପ୍ରତିରକ୍ଷଣ କ୍ଷମତା ନିର୍ଦ୍ଧାରଣ କରିବା ପାଇଁ ଏକ ସଂଶୋଧିତ ପ୍ରୋଟୋକଲ୍ ପ୍ରସ୍ତୁତ କରିଥିଲା। ତେବେ କରୋନାର ତୃତୀୟ ଲହରୀ ଶିଶୁମାନଙ୍କ ଉପରେ ଅଧିକ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଉଛି। ତେଣୁ ଖୁବ୍ ଶିଶୁମାନଙ୍କୁ କରୋନା ଟିକା ଦିଆଯିବା ପାଇଁ ପରୀକ୍ଷଣ ଚାଲିଛି।