ମୋ ସରକାରକୁ ପୋଷ୍ଟଅଫିସ କର୍ମଚାରୀଙ୍କ ଅଣଦେଖା

0

(ଭୁବନେଶ୍ୱର / ରାଜେଶ ସାହୁ) : ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ନାହିଁ ତାଙ୍କ କର୍ମଚାରୀଙ୍କ ଖାତିର । ମୋ ସରକାରକୁ ନାହିଁ ସରକାରୀ କର୍ମଚାରୀଙ୍କ ଭୟ । ଲୋକେ ବିଭିନ୍ନ ସରକାରୀ ଅଫିସକୁ ଯାଇ ଯେମିତି ସେମାନଙ୍କ କାର୍ଯ୍ୟ କରିପାରିବେ ସେ ପାଇଁ ରହିଛି କଡା ନିର୍ଦ୍ଦେଶ । କିନ୍ତୁ ସବୁ ନୀତି ନିୟମ ଓ ସରକାରୀ ନିର୍ଦ୍ଦେଶକୁ ଫୁ କରିଦେଇଛନ୍ତି ସରକାରୀ କର୍ମଚାରୀ । ବେଫିକର ହୋଇ ସରକାରୀ ଅଫିସର କର୍ମଚାରୀଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଫଳରେ ଅଫିସ ଗଲେ ଜଣେ ସାଧାରଣ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡୁଛି । ଗୋଟେ ପଟେ କରୋନା ମହାମାରୀ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ଅନ୍ୟପଟେ ସରକାରୀ କର୍ମଚାରୀଙ୍କ ଉତ୍ପାତ ଲୋକଙ୍କ ଚିନ୍ତା ବଢାଇଛି । ସତେ ଯେମିତି ସରକାରୀ ଅଫିସ ପରିସରରେ କର୍ମଚାରୀଙ୍କ ଲାଗିଛି କଙ୍ଗାରୁ କୋର୍ଟ ।

ଆମେ କହୁଛୁ ଭୁବନେଶ୍ୱରରେ ଥିବା ମୁଖ୍ୟ ପୋଷ୍ଟ ଅଫିସ କଥା । ଲୋକେ ସରକାରକାରଙ୍କ ସହାୟତାର ଆଶାନେଇ ସେଠାକୁ ଆସିଥାନ୍ତି । ହେଲେ ସେଠାରେ କିଛି ସରକାରୀ କର୍ମଚାରୀ ଲୋକଙ୍କୁ ସେବା ଯୋଗାଇ ଦେବା ବଦଳରେ ନାକେଦମ କରିପକାଉଛନ୍ତି ।

 ମୁଖ୍ୟ ପୋଷ୍ଟଅଫିସ ପାଖରେ ରହିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାଙ୍ଗକୁ ମୁଖ୍ୟ ପ୍ରଶାସନ ଅଫିସ ।

ହେଲେ ପୋଷ୍ଟାଲ କର୍ମଚାରୀଙ୍କୁ ତାହାର ଫରକ ପଡୁ ନାହିଁ । ଲୋକଙ୍କ ପାଖରୁ ପକେଟ ଗରମ କରିବା ପାଇଁ ମୋଟା ଅଙ୍କର ରାଶି ମାଗୁଛନ୍ତି ପୋଷ୍ଟାଲ କର୍ମଚାରୀ । ଦେଖନ୍ତୁ ଏହି ଦୁଇ ବାବୁଙ୍କୁ । ଅଫିସ ପରିସରରେ ଭିଡିଓ କରିବାରୁ ଦୁଇ ବାବୁ କିପରି ଦେଉଛନ୍ତି ଧମକ । ଏଠି ପ୍ରଶ୍ନ ଉଠୁଛି ପୋଷ୍ଟ ଅଫିସର ଭିଡିଓ କଲେ ଅସୁବିଧା କେଉଁଠି? ଅସୁବିଧା କି ବାବୁ କରୁଥିଲେ ସେଠାରେ ଦଲାଲି । ବାବୁ ଜଣେ ବ୍ୟକ୍ତିଙ୍କୁ ମୋଟା ଅଙ୍କର ଲାଞ୍ଚ ମାଗୁଥିବାବା ବେଳେ ଭିଡିଓ କରାଯାଇଥିଲା । ଏହା ଦେଖି ଦୁଇ ଜଣ ବାବୁଙ୍କ ଅକଲ ଗୁଡୁମ ହୋଇଗଲା । ଭିଡିଓ ବନ୍ଦକର କହିବା ସହ ଧମକ ମଧ୍ୟ ଦେଇଛନ୍ତି ମାରିଦେବାକୁ ।

 ତେବେ ରାଜ୍ୟ ସରକାର ବିଭିନ୍ନ ସମୟରେ ଉପାନ୍ତ ଇଲାକାର ସରକାରୀ କର୍ମଚାରୀଙ୍କୁ ଦୁର୍ନୀତିରେ ଲିପ୍ତ ଥିବା ନେଇ ନିଲମ୍ବନ, ବାଧ୍ୟତାମୂଳକ ଅବସର, ବହିଷ୍କାର କରୁଛନ୍ତି । ଅଥଚ ରାଜଧାନୀରେ ଚାଲିଥିବା ଦୁର୍ନୀତି, ଲାଞ୍ଚକାରବାର ସମ୍ପର୍କରେ କିପରି ମୋ ସରକାର ଓ ଦୁର୍ନୀତି ନିବାରଣ ସଂସ୍ଥା ନିକଟରେ ନାହିଁ ଖବର? ସବୁଠାରୁ ବଡ ପ୍ରଶ୍ନ, ସାଧାରଣ ଜନତାର ସେବକ କୁହାଯାଉଥିବା ଜଣେ ସରକାରୀ କର୍ମଚାରୀଙ୍କ ପାଖରେ ଏତେ ସାହସ ଆସିଲା କେଉଁଠୁ ? କିଏ ରହିଛନ୍ତି ଏହି ଦୁଇ ବାବୁଙ୍କ ପଛରେ? କାହାର ଅଭୟ ପାଇ ବାବୁଙ୍କର ଏତେ ପତିଆରା ଚାଲିଛି?