ଭୁବନେଶ୍ୱର:ଆଜିକାଲି ଯୁବ ପିଢୀ ହୁଅନ୍ତୁ କି ଛୋଟ ପିଲା ସମସ୍ତିଙ୍କୁ ପସନ୍ଦ ମୋବାଇଲ ।କେବଲ ମୋବାଇଲ ନୁହେଁ ମୋବାଇଲରେ ଗେମ୍ ଖେଳିବାକୁ ମଧ୍ୟ ଅନେକଙ୍କୁ ପସନ୍ଦ । ମୋବାଇଲରେ ଏପରି ଅନେକ ଗେମ୍ ଅଛି ଯାହାକୁ ନେଇ ଅନେକ ପିଲାମାନଙ୍କର ମୃତ୍ୟୁ ମଧ୍ୟ ହୋଇଛି ।ତଥାପି ଗେମ୍ ଖେଳିବାର ନିଶା ଖେଳୁଥିବା ପିଲାମାନେହିଁ ଜାଣନ୍ତି ।ଏହି ଗେମ ଗୁଡିକ ଭାରତୀୟ କମ୍ପାନୀ କରିନଥିବା ହେତୁ ଭାରତ ସରକାର ଏହାକୁ ଭଅରତୀୟଙ୍କ ଉପରେ କୁ ପ୍ରଭାବ ପଡୁଥିବାର ଦେଖି ବ୍ୟାନ କରିଦେଉଛନ୍ତି । ଗତ କିଛିଦିନ ତଳେ ଜାପାନିଜ ଗେମ୍ ବ୍ଲୁ ହୁଇଲ ଏକ ଅନଲାଇନ ଗେମ୍ ଖେଳି ଅନେକ ଯୁବକ ଯୁବତୀ ଆତ୍ମହତ୍ୟା କରୁଥିବାର ନଜର ଅଛି ସେହିପରି ଚାଇନିଜ ଗେମ ପବଜି ମଧ୍ୟ ଅନେକଙ୍କ ପାଇଁ କାଳ ସାଜିଥିଲା ।
ଯେଏଥିରେ ଅନେକ ଆତ୍ମହତ୍ୟା କରୁଥିବା ସହ ଅନେକଙ୍କ ଆକାଉଂଟରୁ ଟଙ୍କା ମଧ୍ୟ ଗାଏବ ହେଉଥିବା ଅଭିଯୋଗ ହେଇଛି ।ସେହିପରି ଲୋକପ୍ରିୟ ମୋବାଇଲ ଗେମ୍ ବ୍ୟାଟେଲଗ୍ରାଉଣ୍ଡସ ମୋବାଇଲ ଇଣ୍ଡିଆ (ବିଜିଏମ୍ଆଇ)କୁ ଭାରତ ସରକାର ନିଷିଦ୍ଧ କରିଦେଇଛନ୍ତି। ଏବେ ଏହାକୁ ଭାରତର ଆପ୍ଲ ଏବଂ ଗୁଗୁଲ ଆପ୍ ଷ୍ଟୋରରୁ ବିଜିଏମ୍ଆଇକୁ ହଟାଇ ଦିଆଯାଇଛି। ଦକ୍ଷିଣ କୋରିଆ କମ୍ପାନୀ କ୍ରାଫ୍ଟନ ଏହି ଗେମ୍ ପ୍ରସ୍ତୁତ କରିଥିଲା। ତେବେ ବିଜିଏମଆଇର ନିଷିଦ୍ଧ ସମ୍ପର୍କରେ ଭାରତ ସରକାରଙ୍କ ପକ୍ଷରୁ କୌଣସି ବିଜ୍ଞପ୍ତି ଜାରି କରାଯାଇ ନାହିଁ। ସରକାରଙ୍କ ନିର୍ଦ୍ଦେଶରେ ଗେମ୍କୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି ବୋଲି ଗୁଗଲ ପ୍ରବକ୍ତା କହିଛନ୍ତି।
ଏ ସମ୍ପର୍କରେ ଗେମ୍ ବିକଶିତ କରିଥିବା କମ୍ପାନୀକୁ ସୂଚିତ କରାଯାଇଛି। ପବ୍ଜୀ ନିଷିଦ୍ଧ ହେବାର ୨ ବର୍ଷ ପରେ ସରକାର ବିଜିଏମଆଇକୁ ହଟାଇ ଦେଇଛନ୍ତି। ଚୀନ୍ ସହ ସମ୍ବନ୍ଧକୁ ନେଇ ୨୦୨୦ ସେପ୍ଟେମ୍ବରରେ ପବ୍ଜୀକୁ ନିଷିଦ୍ଧ କରାଯାଇଥିଲା। ଏହା ଭାରତର ଅଖଣ୍ଡତା ଏବଂ ସାର୍ବଭୌମତ୍ବ ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଥିଲା। କ୍ୟାମେରା ଏବଂ ମାଇକ ଜରିଆରେ ଏହି ଗେମ୍ ଗୁପ୍ତଚରୀ କରୁଥିବା ସରକାରଙ୍କ ପକ୍ଷରୁ କୁହାଯାଇଥିଲା।