ମହମ୍ମଦ ମୋକିମଙ୍କ ବାସଭନରେ ରାଜ୍ୟପାଳ ଗଣେଶୀ ଲାଲ୍ 

0

ଭୁବନେଶ୍ୱର:ସାରା ଦେଶରେ ଗୋଟିଏ ଚର୍ଚ୍ଚା ରାଷ୍ଟ୍ରପତି ନିର୍ବାଚନ । ତାହାରି ଭିତରେ ଓଡିଶା କଂଗ୍ରେସ ମଧ୍ୟରେ  ଦେଖାଦେଇଛି କୋଣଠେସା ନିତି ସେଇଟା ପୁଣି ବିଧାୟକ ମହମ୍ମଦ ମୋକିମଙ୍କୁ ନେଇ ।ଅନେକ ଏହା ଉପରେ କଳ୍ପନା ଜଳ୍ପନା ମଧ୍ୟ ଲାଗିରହିଥିଲା ।ଏପରିକି ଦଳ ବିରୋଧରେ ଯାଇ ଏନଡିଏ ପାର୍ଥୀ ଶ୍ରୀମତି ଦ୍ରୈାପଦୀ ମୁର୍ମୁୁଙ୍କୁ ରାଷ୍ଟ୍ରପତି ଭୋଟରେ ନିଜ ମତଦାନ ଦେଇଥିଲେ ।ଯେଉଁଥିରେ କି ତାଙ୍କ ଦଳୀୟ ମତର ଖିଲାପରେ ଯାଇ ଦଳକୁ ଏକ ବଡ ଝଟକା ଦେଇଥିଲେ ।କେବଳ ସେତିକି ନୁହେଁ କାହିଁକି ଏପରି ଦଳ ବିରୋଧୀ କାର୍ଯ୍ୟକଲେ ବୋଲି ଓଡିଶା କଂଗ୍ରେସ ପ୍ରଶ୍ନ ମଧ୍ୟ ପଚାରିଥିଲା ।

 

ତେବେ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ।ମହମ୍ମଦ ମୋକିମଙ୍କ ବାସଭବନକୁ ଯାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସେଠାରେ ୪୫ ମିନିଟ ରହିଥିଲେ ରାଜ୍ୟପାଳ । ବିଧାୟକ ପରିବାର ସହ ଅଳ୍ପ କିଛି ସମୟ ବିତାଇ ଫେରି ଆସିଥିଲେ ରାଜ୍ୟପାଳ । ତେବେ ଅନେକ ଏହାକୁ ରାଜନୈତିକ କ୍ୟାରିଉପରେ କିଛି ପ୍ରଭାବ ପଡୁଥିବା କଥା କହିଥିବା ବେଳେ ଶ୍ରୀଯୁକ୍ତ ମୋକିମ ଏହା ସଂପୂର୍ଣ୍ଣ ଘରୋଇ କାର୍ଯ୍ୟକ୍ରମ ବୋଲି କହିଛନ୍ତି ।

 

ଏହାସହ ଏହା ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୋକିମ୍ । ରାଜ୍ୟପାଳ ସହ ତାଙ୍କ ବ୍ୟକ୍ତିଗତ ସଂପର୍କ ଅଛି । କଟକ ଗସ୍ତ ସମୟରେ ରାଜ୍ୟପାଳ ତାଙ୍କ ଘରକୁ ଆସିଥିବା ସୂଚନା ଦେଇଛନ୍ତି । ଏହି ସମୟରେ ବିଧାୟକଙ୍କ ମାଆ ଏବଂ ପରିବାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ରାଜ୍ୟପାଳଙ୍କ ସହ ତାଙ୍କ ପୁଅ ଏବଂ ରାଜଭବନର ବରିଷ୍ଠ ଅଧିକାରୀ ମଧ୍ୟ ଥିଲେ । ସେହିପରି ଆସନ୍ତା ୮ରେ କଟକ ଆସୁଛନ୍ତି ଅମିତ୍ ଶାହା । ମୋକିମ୍ ବାସଭବନରେ ରାଜ୍ୟପାଳଙ୍କ ସାକ୍ଷାତକୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଛି ।ତେବେ ଦେଖିବାକୁ ବାକିରହିଲା କେଉଁମୋଡ ନେଉଛି ମହମ୍ମଦ ମୋକିମଙ୍କ ସହ ରାଜ୍ୟପାଳଙ୍କ ସାକ୍ଷାତକାର ନାଁ ବିରୋଧୀ  ଉଠାଉଥିବା ପ୍ରଶ୍ନରେ ସତ ପ୍ରମାଣିତ କରି ନିଜକୁ ଚର୍ଚ୍ଚାର ବିଷୟ ବନାଉଛନ୍ତି ମହମ୍ମଦ ମୋକିମ ।