ପତ୍ନୀ ସୁନିତାଙ୍କ ସାମ୍ନାରେ ରୋମାଣ୍ଟିକ୍ ସିନ୍‌ କରିପାରେ ନାହିଁ : ଅଭିନେତା ଗୋବିନ୍ଦା

ବଲିଉଡର ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ସର୍ଵଦଃ କିଛି ନା କିଛି ପାଇଁ ଚର୍ଚ୍ଚାରେ ରୁହନ୍ତି । କମେଡିଆନ୍‌ କୃଷ୍ଣା ଅଭିଷେକ ଏବଂ ଗୋବିନ୍ଦାଙ୍କ ମଧ୍ୟରେ

0

(ମୁମ୍ବାଇ) : ବଲିଉଡର ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ସର୍ଵଦଃ କିଛି ନା କିଛି ପାଇଁ ଚର୍ଚ୍ଚାରେ ରୁହନ୍ତି । କମେଡିଆନ୍‌ କୃଷ୍ଣା ଅଭିଷେକ ଏବଂ ଗୋବିନ୍ଦାଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ନିକଟରେ ଏହାକୁ ନେଇ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ଏକ ମନ୍ତବ୍ୟ ଦେଇଥିଲେ। ତାକୁ ନେଇ ବି-ଟାଉନରେ ଚର୍ଚ୍ଚା ଲାଗିରହିଛି। ଏହାରି ଭିତରେ ଖୋଦ୍‌ ଗୋବିନ୍ଦା ନିଜ ପତ୍ନୀ ସୁନୀତାଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି।

ନିକଟରେ ଷ୍ଟାରଡଷ୍ଟ ମାଗାଜିନ୍‌କୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି, ସୁନୀତାଙ୍କ ସହ ସିରିଅସ୍‌ ରିଲେସନ୍‌ସିପ୍‌ ସ୍ଥାପନ କରିବା ମୋର କୌଣସି ଉଦ୍ଦେଶ୍ୟ ନଥିଲା। ମୁଁ କେବଳ ଏକ ଝିଅ ଖୋଜୁଥିଲି ଯିଏ ମୋ ସହିତ ରହିପାରିବେ। ସେତେବେଳେ ମୁଁ ଅନେକ ଫିଲ୍ମ ସାଇନ୍‌ କରିଥିଲି। ଦିନେ ମୋ ଭାଇ କିର୍ତ୍ତୀ ସୁଟିଂ ସେଟରେ ମୋତେ ଭେଟିବାକୁ ଆସିଥିଲେ। ମୋତେ ଏକ ରୋମାଣ୍ଟିକ୍ ସିନ୍‌ କରିବା ପାଇଁ କୁହାଯାଇଥିଲା, କିନ୍ତୁ ମୁଁ ତାହା କରି ପାରିଲି ନାହିଁ। ମୁଁ ବହୁତ ଅସହଜ ଅନୁଭବ କରୁଥିଲି ଏବଂ ଜଣେ ଝିଅର ହାତ ଧରିବା ବେଳେ ମୋତେ ମୁଁ ବହୁତ ଅଜବ ଅନୁଭବ ହେଉଥିଲି।’

ଅଭିନେତ୍ରୀ ନୀଲମଙ୍କ ସହ ଗୋବିନ୍ଦାଙ୍କ ସମ୍ପର୍କ ହେତୁ ସୁନୀତା ଏବଂ ତାଙ୍କ ସମ୍ପର୍କ ବେଶ୍‌ ପ୍ରଭାବିତ ହୋଇଥିଲା। ଏହା ବିଷୟରେ ଗୋବିନ୍ଦା କହିଥିଲେ, ‘ମୁଁ କେବେ ଭାବି ନ ଥିଲି ଯେ ଜଣେ ଯୁବତୀ (ନୀଲମ୍), ନାମ ଏବଂ ଖ୍ୟାତି ଅର୍ଜନ କରିବା ପରେ ବି ଏତେ ଡାଉନ୍‌ ଟୁ ଆର୍ଥ ଥିବ। ମୁଁ ମୋ ପରିବାର ଏବଂ ସାଙ୍ଗମାନଙ୍କ ସାମ୍ନାରେ ନୀଲମଙ୍କ ପ୍ରଶଂସା କରିବାକୁ ନିଜକୁ ଅଟକାଇ ପାରୁ ନଥିଲି।