ଶିକ୍ଷକଙ୍କ ଦାବି ଉପରେ ସରକାର ଆଲୋଚନା କରି ବିଚାର କରନ୍ତୁ

0

ଭୁବନେଶ୍ୱର : ପ୍ରାଥମିକ ଶିକ୍ଷକଙ୍କ ଦାବିକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ । ଶିକ୍ଷକଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ, ତାହା କୁଆଡେ ଗଲା ? ଏଭଳି ସ୍ଥିତିରେ ଗଣଶିକ୍ଷା ମନ୍ତ୍ରୀ କୁଆଡେ ଗଲେ ? ପଦ୍ମପୁରରେ ପ୍ରଚାର କରିବା ପାଇଁ କାହାଠୁ ଅନୁମତି ନେଇ ଯାଇଛନ୍ତି ମନ୍ତ୍ରୀ ସମୀର ଦାସ ? ମିଳିତ ପ୍ରାଥମିକ ଶିକ୍ଷକ ସଂଘ 3 ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି । ପାଖାପାଖି 2 ଲକ୍ଷ ଶିକ୍ଷକ ଭୁବନେଶ୍ୱରରେ ବିକ୍ଷୋଭ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଆଗରୁ କହିଥିଲେ ଶିକ୍ଷାର ଭିତ୍ତିଭୂମି ସୁଦୃଢ଼ କରାଯିବ । ଶିକ୍ଷକ ନିଯୁକ୍ତି ସହ ଅନ୍ୟ ଭିତ୍ତିଭୂମି ନବକଳେବର କରାଯିବ । 2013ରେ ମୁଖ୍ୟମନ୍ତ୍ରୀ ଘୋଷଣା ମଧ୍ୟ କରିଥିଲେ ଯେ ଠିକା ଶିକ୍ଷକଙ୍କୁ ସ୍ଥାୟୀ କରାଗଲା । ସମସ୍ତ ଶିକ୍ଷକଙ୍କୁ ସରକାରୀ ନିଯୁକ୍ତି ଦିଆଯିବ ବୋଲି କହିଥିଲେ ସରକାର । 6 ବର୍ଷ ପରେ ଠିକା ଶିକ୍ଷକ ମାନଙ୍କୁ ସ୍ଥାୟୀ କରାଯାଉଥିଲା । କିନ୍ତୁ 6 ବର୍ଷକୁ ରେଗୁଲାର ହିସାବରେ ଗଣତି କରାଗଲା ନାହିଁ । 6ଟି ଇଣ୍କ୍ରିମେଣ୍ଟ ମଧ୍ୟ ଦିଆଗଲା ନାହିଁ । କେନ୍ଦ୍ରୀୟ ହାରରେ ବେତନ ଦେବାର ବ୍ୟବସ୍ଥା କରାଗଲା ନାହିଁ । ପୁରୁଣା ପେନସନ ପ୍ରଥାର ମଧ୍ୟ ପ୍ରଚଳନ ହେଉନାହିଁ । ଏହି 3ଟି ଦାବି ନେଇ ଶିକ୍ଷକ ମାନେ ବିକ୍ଷୋଭ କରୁଛନ୍ତି । ଶିକ୍ଷକଙ୍କ ଦାବି ଉପରେ ସରକାର ଆଲୋଚନା କରି ବିଚାର କରନ୍ତୁ । ନହେଲେ ବିଧାନସଭାକୁ ପୁଣି ଅଚଳ କରାଯିବ ବୋଲି କହିଛନ୍ତି ମୋହନ ମାଝି |