ଭୁବନେଶ୍ୱର:ଗୋପାଳ ଗତ ଦଶ ବର୍ଷ ମଧ୍ୟରେ କେତେ ଦିନ ଛୁଟି ନେଇଥିଲା ଏବଂ କାହିଁକି ନେଇଥିଲା ତାହାର ଉତ୍ତର ମୁଁ ଜାଣିବାକୁ ଚାହିଁ ଥିଲି । ଉତ୍ତର ରେ ସରକାର ଦେଇଛନ୍ତି ମାନସିକ ଚିକିତ୍ସା ହେଉ କି କେଉଁ ବି ଚିକିତ୍ସା ପାଇଁ ଗୋପାଳ କୌଣସି ଦରଖାସ୍ତ ଦେଇ ନଥିଲା । ବହୁ ସମୟରେ ଛୁଟି ମାଗିଛି । ଅଧା ରୁ ଅଧିକ ସମୟ ସ୍ତ୍ରୀର ଦେହ ଖରାପ ଦର୍ଶାଇ ଛୁଟି ମାଗିଛି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଗୋପାଳ ପାଗଳ ନଥିଲା କିମ୍ବା ପାଗଳ ନାହିଁ । ଯେତେବେଳେ ତାର ପରିବାର ଲୋକେ ଗଣମାଧ୍ୟମରେ କହିଲେ ସେ ପାଗଳ ସେହି ସମୟ ରେ ଗୋଟେ ଏକ୍ସପଟ ଟିମ ଏସସିବି ମେଡ଼ିକାଲ ର ତାକୁ ପରୀକ୍ଷା ନିରୀକ୍ଷା କଲେ ଆଉ ତାର ମାନସିକ ଅବସ୍ଥା ଠିକ ଅଛି ବୋଲି କହିଲେ । ଅର୍ଥାତ ଡବଲ କନଫର୍ମ ହେଇଗଲେ ସରକାର ଯେ ଗୋପାଳ ପାଗଳ ନୁହେଁ । କିନ୍ତୁ ବରାବର କେବେ କହୁଛନ୍ତି ବାଙ୍ଗାଲୋର ନେବୁ ମୁଖ୍ୟମନ୍ତ୍ରୀ କହୁଛନ୍ତି ଆମେରିକାର ଏଜେନ୍ସି ତାକୁ ପରୀକ୍ଷା କରିବ ସେ ପାଗଳ କି ନୁହେଁ । ତା ମାନେ ଗୋପାଳ କୁ ପାଗଳ ବୋଲି ପ୍ରମାଣିତ କରିବା ରାଜ୍ୟ ସରକାର ପାଗଳ ହୋଇ ଯାଇଛନ୍ତି । ଏହାର ଗୋଟିଏ ମାତ୍ର ଉଦ୍ଧେଶ୍ୟ ଆଇନ ଅନୁଯାୟୀ ଯେହେତୁ ଜଣେ ପାଗଳ କୁ ଦଣ୍ଡିତ କରାଯାଇ ପାରିବ ନାହିଁ ତାକୁ ଖଲାସ କରିବାକୁ ଚାହୁଁଛନ୍ତି । ସେଥିରୁ ସନ୍ଧେହ ଘନୀଭୂତ ହେଉଛି କିଛି ଷଡ଼ଯନ୍ତ୍ର ଥିଲା ଆଉ ସେ ଷଡ଼ଯନ୍ତ୍ର ରେ ହୁଏତ ସରକାର ନିଜେ ଜଡିତ ଥିଲେ । ସରକାରୀ ଦଳର ଉଚ୍ଚ ପଦସ୍ତ ସଦସ୍ୟ ମାନେ ଜଡିତ ଥିଲେ । ତେଣୁ ତାକୁ ସ୍ପଷ୍ଟ କରିବା ଏକାନ୍ତ ଆବଶ୍ୟକ ।