ଜୟପାଟଣ/ଅରୁଣ କୁମାର ସାହୁ : ବନପାହାଡ ଘେରା ହାଡ଼ସିଲ୍ ପୁରୁଣା ପଡ଼ା ଗ୍ରାମବାସୀଙ୍କ ପାଇଁ ସରକାର ଯୋଜନା ସାତ ସପନ । ସରକାର ଉପାନ୍ତ ଆଦିବାସୀ ଅଞ୍ଚଳର ଲୋକ ମାନଙ୍କ ପାଇଁ ବିଭିନ୍ନ ଯୋଜନା ମାନ କରୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଲୋକମାନଙ୍କ ପାଖକୁ ପହଞ୍ଚି ପାରୁନାହିଁ ସରକାରଙ୍କ ଯୋଜନ। ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମା ଅଞ୍ଚଳ ଲୋକମାନଙ୍କ ପାଇଁ କୋଟି କୋଟି ଟଙ୍କାର ବ୍ୟୟ ବରାଦ କରି ଅନେକ ଯୋଜନାମାନ କରୁଛନ୍ତି। କିନ୍ତୁ ଶାସକ ଦଳ ନେତା ଓ ପ୍ରଶାସନର ଅବହେଳା କାରଣରୁ ପହଞ୍ଚିପାରୁନି ଯୋଜନା। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ବ୍ଲକ ଅଧିନରେ ଥିବା ପାଡେପଦର ଗ୍ରାମପଞ୍ଚାୟର ହାଡ ସିଲ୍ ପୁରୁଣା ପଡ଼ା ଗାଁ। ଏହି ଗାଁ ଟି ବନପାହାଡ ପର୍ବତ ଘେରା, ପ୍ରାୟ ୩୦ ରୁ ୪୦ ଘର ବସବାସ କରିଆସୁଛନ୍ତି ।
ଭୋଟରଙ୍କ ସଂଖ୍ୟା ପ୍ରାୟ ୧୫୦ ଖଣ୍ଡେ ହେବ, ଏହି ଗ୍ରାମବାସୀ ଆଜି ପ୍ରାୟ ୬୦/୭୦ ବର୍ଷ ହେବ ବସବାସ କରିଆସୁଛନ୍ତି। ଏହି ଗାଁ ରାସ୍ତା ଦେଇ ଇନ୍ଦ୍ରାରାବତୀ କାମ ଚାଳୁଥିବା ସମୟରେ ଅନେକ ବଡ଼ ବଡ଼ ଗାଡି ଜୟପାଟଣ କୁ ଯିବ ଆସିବା କରୁ ଥିଲା । ଏହି ରାସ୍ତା ରେ ଅନେକ ଗାଆଁ ମଧ୍ୟରେ ସଂଯୋଗ ରହିଛି।ହେଲେ ଗାଆଁ ଅବସ୍ଥା ବହୁତ୍ ପଛରେ ଅଛି। ହାଡ ସିଲ୍ ଗ୍ରାମର ମୁଖ୍ୟ ସମସ୍ୟା କୋହିଲେ ରାସ୍ତା ଘାଟର ଅସୁବିଧା, ନା ଅଛି ଭଲ ରାସ୍ତାଟେ, ପାହାଡିଆ ପଥର ରାସ୍ତା ଉପରେରେ ଲୋକ ମାନଙ୍କ ଯାତାୟତ ଗାଁ ପାନୀୟ ଜଳର ସମସ୍ୟା, ନ କହିବା ବି ଭଲ ଗ୍ରାମ ବାସୀ ପାହାଡରେ ଝରି ଆସୁଥିବା ଫୁରୁଆ ଜଳ ବ୍ୟବହାର କରି ଜୀବନ ବଞ୍ଚାଉଛନ୍ତି, ବର୍ଷା ଦିନେ ଗୋଳିଆ ପାଣି ବ୍ୟବହାର କରି ଅନେକ ରୋଗ ପିଡିତ ହୁଅନ୍ତି। ଏମିତି ଗାଁ ମାନଙ୍କରେ ସରକାରଙ୍କ ବସୁଧା ଯୋଜନା ସାତ ସପନ।
ଶିକ୍ଷ୍ୟା ବ୍ୟବସ୍ଥାର ଅସୁବିଧା, ଛୋଟ ଛୋଟ ପିଲା ଛୁଆ ପଢ଼ିବା ପାଇଁ ନା ଅଛି, ଅଙ୍ଗନୱାଡ଼ି, ନା ଅଛି ବିଦ୍ୟାଳୟ । ଗ୍ରାମବାସୀ ମତ ରଖିଛନ୍ତି, ଗାଁର ଅନେକ ଅସୁବିଧା ଥିବାରୁ ସରପଞ୍ଚ ଠାରୁ ଆରମ୍ଭ କରି ଦୀର୍ଘ ୨୦ ବର୍ଷ ସାସକ ଦଳ ଶାସନ ଗାଦିରେ ବସି ମଧ୍ୟ କୋୖଣସି ସାସକ ଦଳର ନେତାଙ୍କ ପାଦ ପଡି ନାହିଁ । ଏପର୍ଯ୍ୟନ୍ତ ଜିଲ୍ଲା ପରିଷଦ, ବିଧାୟକ , କିମ୍ବା ସାଂସଦ କାହାରି ବି ଗାଁ ପ୍ରତି ପରିଦର୍ଶନ ଦୃଷ୍ଟି ଗୋଚରକୁ ଆସିନାହାନ୍ତି ଏହିପରି ଅନେକ ଅସୁବିଧାରୁ ଏହି ଗ୍ରାମବାସୀ ସମ୍ମୁଖୀନ ହେଉଛନ୍ତି। ଦେଖାଯାଉ ଏହି ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ କେତେ ଦୂର ପଦକ୍ଷେପ ନେଉଛନ୍ତି ତ ଦେଖିବାକୁ ବାକି ରହିଲା।