ପୁଲିସ ଛାଉଣି ଉପରେ ଗ୍ରେନେଡ ଆକ୍ରମଣ

0

ସାମ୍ବା: ବୁଧବାର ଦିନ ଜମ୍ମୁ କାଶ୍ମୀରର ସାମ୍ବା ଜିଲ୍ଲାର ନାଡ ଅଞ୍ଚଳରେ ଥିବ।। ପୁଲିସ କ୍ୟାମ୍ପ ଉପରେ ଏକ ଗ୍ରେନେଡ ମାଡ ହୋଇଛି । ତେବେ ଏହି ଆକ୍ରମଣରେ କେହି ମୃତାହତ ହୋଇ ନାହାନ୍ତି । ପୁଲିସ ମୁତାବକ, ମଙ୍ଗଳବାର ମଧ୍ୟରାତ୍ରରେ ନାଡର ପୁଲିସ ଛାଉଣୀ ନିକଟରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ଏହା ଏକ ଗ୍ରାନେଡ ଆକ୍ରମଣ ଥିବା ଜଣାପଡିଥିଲା ।
ପୁଲିସ ଛାଉଣି ଉପରକୁ ଗ୍ରେନେଡ ମାଡ କରାଯାଇଥିଲା । ତେବେ ଏହା ଲକ୍ଷ୍ୟ ଭେଦ କରି ପାରି ନ ଥିଲା । ଏହି ବିସ୍ଫୋରଣ ପରେ ପୁଲିସ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛି । ତେବେ ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି ବୋଲି ସୈଥେ ପୁଲିସ ସୂଚନା ଦେଇଛି ।