ବ୍ୟୁରୋ/ରିପୋଟର୍ସ ଟୁଡେ : ଚୀନରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଏସବୁକୁ ନେଇ ପୁଣି ଉପରମୁହାଁ ହେଉଛି କରୋନା । ଓମିକ୍ରମ ଭାରିଆଣ୍ଟର ଭୟ ସବଳ ହେବାରେ ଲାଗିଛି । ଚୀନରୁ ଆସୁଥିବା ଖବରରୁ ଜଣାପଡିଛି ଓମିକ୍ରନ ଉପ ଭାରିଆଣ୍ଟ ସାମ୍ନାକୁ ଆସିଛି । କରୋନା ଭାଇରସ ସମ୍ପର୍କିତ ଭାରିଆଣ୍ଟରେ ଓମିକ୍ରନକୁ ବିପଦଜନକ ମନେ କରାଯାଉଛି ।
ଏବେ ଚୀନ୍ରେ ଓମିକ୍ରନର ୨ ନୂଆ ସବ ଭାରିଏଣ୍ଟ ବି.ଏଫ-ସେଭେନ ଓ ବି.ଏ.୫.୧.୭ ଚିହ୍ନଟ ହୋଇଛି। ଯାହା ଅତ୍ୟାଧିକ ସଂକ୍ରାମକ ବୋଲି କୁହାଯାଇଛି।କରୋନାକୁ ନେଇ ଚୀନ୍ କଡ଼ା ନୀତି ଅବଲମ୍ବନ କରୁଛି। ଏଣୁ ଚୀନ୍ ପୁଣି ଥରେ ନିଜ କୋଭିଡ ନୀତି ସହିତ ଲୋକଙ୍କୁ ଧୈର୍ୟ୍ୟ ଧରିବାକୁ ଆହ୍ୱାନ ଦେଇଛି। ଚୀନ୍ରେ ଅଗଷ୍ଟ ପରେ ନୂଆ କରୋନା ମାମଲା ଉଚ୍ଚତମ ସ୍ତରକୁ ପହଞ୍ଚିଛି।ତେବେ ବାହାରୁ ଇଣ୍ଡିଆକୁ ଆସୁଥିବା ଲୋକଙ୍କୁ ଭଲ ଭାବରେ ଚିହ୍ନଟ କରି ସଚେତନ ହେବା ଆବଶ୍ୟକ ହୋଇପଡୁଛି।