ପିଜୁଳି ପତ୍ର ଚା’ ପିଇବା ଦ୍ୱାରା ମିଳେ ଏସବୁ ଫାଇଦା

ପିଜୁଳି ଯାହା ଖାଇବାକୁ ଯେତିକି ସୁଆଦିଆ ଶରୀର ପାଇଁ ମଧ୍ୟ ସେତିକି ଲାଭଦାୟକ । ପିଜୁଳି ପରି ତା’ ପତ୍ର ମଧ୍ୟ ଆମ ଶରୀର ପାଇଁ ବେଶ ଗୁଣକାରୀ ।

0

ପିଜୁଳି ଯାହା ଖାଇବାକୁ ଯେତିକି ସୁଆଦିଆ ଶରୀର ପାଇଁ ମଧ୍ୟ ସେତିକି ଲାଭଦାୟକ । ପିଜୁଳି ପରି ତା’ ପତ୍ର ମଧ୍ୟ ଆମ ଶରୀର ପାଇଁ ବେଶ ଗୁଣକାରୀ । ପିଜୁଳି ପତ୍ରରେ ଏଭଳି ଅନେକ ପୋଷକ ତତ୍ତ୍ୱ ରହିଛି, ଯାହା ପିଜୁଳିଠାରୁ ମଧ୍ୟ ଅଧିକ ଉପଯୋଗୀ । ପିଜୁଳି ପତ୍ରର ଔଷଧୀୟଗୁଣ ଯୋଗୁଁ ଏହାକୁ ଅନେକ ଚା’ ରୂପେ ମଧ୍ୟ ବ୍ୟବହାର କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ପିଜୁଳି ପତ୍ର ଚା’ କିଭଳି ପ୍ରସ୍ତୁତ ହୁଏ ଏବଂ ଏହାର କ’ଣ ସବୁ ଫାଇଦା ରହିଛି ।

ପ୍ରଣାଳୀ-ପ୍ରଥମେ ପିଜୁଳି ପତ୍ରକୁ ଭଲଭାବ ଧୋଇଦିଅନ୍ତୁ। ସସପ୍ୟାନରେ ଦେଢ଼ କପ ପାଣିକୁ ୧ ମିନିଟ ଯାଏ ଫୁଟାଇବା ପରେ ଏଥିରେ ପିଜୁଳି ପତ୍ର ପକାନ୍ତୁ । ପରେ ଏଥିରେ ଚାହାପତି ପକାନ୍ତୁ । ୧୦ ମିନିଟ ଯାଏଁ ଏହାକୁ ଫୁଟାନ୍ତୁ । ଫୁଟିଗଲା ପରେ କପକୁ ଛାଣି ଏଥିରେ ମହୁ ମିଶାଇ ପୁଅନ୍ତୁ ।

୧. ଚା’ ପିଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରୋଲ ମାତ୍ରା କମ ହୋଇଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି।
୨. ପିଜୁଳି ପତ୍ରରେ ତିଆରି ଚା’ ପିଇବା ଦ୍ୱାରା ଡାଇବେଟିସ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।
୩.ପିଜୁଳି ପତ୍ରରେ ଥିବା ଔଷଧୀୟଗୁଣ ରକ୍ତକୁ ସଫା ରଖିବାରେ ମଧ୍ୟ କାମ କରେ।
୪. ପିଜୁଳି ପତ୍ର ଚା’ ପିଇବା ଦ୍ୱାରା କେଶ ଝଡିବା ଅନେକ ମାତ୍ରାରେ କମ ହୋଇଯାଇଥାଏ । ପ୍ରତିଦିନ ପିଜୁଳି ପତ୍ର ଚା’ ପିଇବା ସହ ପିଜୁଳି ପତ୍ର ରସକୁ କେଶ ମୂଳରେ ମାଲିସ କରିବା
ଦ୍ୱାରା କେଶ ଝଡିବା ସମସ୍ୟା ଦୂର ହୋଇଥାଏ।
୫.ପିଜୁଳି ପତ୍ର ଚା’ ପେଟ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ଗ୍ୟାସ, କୋଷ୍ଟକାଠିନ୍ୟ ଭଳି ରୋଗ ପାଇଁ ଏହା ରାମବାଣ ସଦୃଶ୍ୟ। ପ୍ରତିଦିନ ଏକ କପ୍ ପିଜୁଳି ପତ୍ରରେ ତିଆରି ଚା’ ପିଇଲେ ପେଟ ଜନିତ ସମସ୍ତ ରୋଗରୁ ମୁକ୍ତି ମିଳିପାରିବ।