ଲିଙ୍ଗରାଜ ମନ୍ଦିର ଖୋଲିବ: ଜାରି ହେଲା ଗାଇଡଲାଇନ

0

ଭୁବନେଶ୍ୱର: ସେପ୍ଟେମ୍ବର୧ ତାରିଖରୁ ଖୋଲିବା ପ୍ରଭୁ ଲିଙ୍ଗରାଜ ମନ୍ଦିର । ଏନେଇ ଶୁକ୍ରବାର ବିଏମସି ପକ୍ଷରୁ ଏକ ନୂଆ ଗାଇଡଲାଇନ ପ୍ରକାଶ ପାଇଛି । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା କଡା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
୨୪ ଜଣ ପର୍ଯ୍ୟନ୍ତ ଭକ୍ତଙ୍କୁ ଏକକାଳୀନ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ । ଟୀକା ପ୍ରମାଣପତ୍ର ଦେଖି ମନ୍ଦିରରେ ପ୍ରବେଶ କରିବାକୁ ଦିଆଯିବ । ଗର୍ଭଗୃହ ଦର୍ଶନ ବନ୍ଦ ରଖାଯିବ । ଏହାସହିତ ଏକା ଥରକେ ୧୦୦ ଜଣ ଭକ୍ତଙ୍କୁ ଦର୍ଶନର ଅନୁମତି ପ୍ରଦାନ କରାଯିବ।

ସେହିପରି ଶ୍ରଦ୍ଧାଳୁଙ୍କ ନିକଟରୁ ଭୋଗ ଗ୍ରହଣ ଉପରେ କଟକଣା ଜାରି କରାଯାଇଛି । କୌଣସି ଶ୍ରଦ୍ଧାଳୁ ଭୋଗ ଭିରତକୁ ନେଇ ପ୍ରବେଶ କରିପାରିବେ ନାହିଁ । ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି । ରୋଗାକ୍ରାନ୍ତ, ବୟସ୍କ, ଗର୍ଭବତୀ ଓ ୧୮ ବର୍ଷରୁ କମ ବୟସର ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଇଛି ବିଏମସି।