ଇସୁଦାନଙ୍କ ନେତୃତ୍ୱରେ ଗୁଜୁରାଟ ଦଖଲ କରିବ ଆପ୍ !

ଗୁଜୁରାଟ ଦୌଡରେ ଆପ୍ ଆଗରେ ପ୍ରଥମେ ନିଜ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କଲା ଆପ

0

ଗୁଜୁରାଟ: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିସାରିଥିଲା । ଦୁଇଟି ପର୍ୟ୍ୟାୟରେ ଗୁଜୁରାଟରେ ନିର୍ବାଚନ ହେବା ନେଇ ଭାରତୀୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ପ୍ରଥମ ପର୍ୟ୍ୟାୟ ଭୋଟ ଗ୍ରହଣ ଡିସେମ୍ବର ୧କୁ ହେବାକୁ ଥିବାବେଳେ ଦ୍ୱିତୀୟ ପର୍ୟ୍ୟାୟ ଭୋଟ ଗ୍ରହଣ ଡିସେମ୍ବର ୫ ରେ ହେବ ଏହା ସହ ଡିସେମ୍ବର ୮ ରେ ଗଣତି ହେବ ।ସେହି କାରଣରୁ ଗୁଜୁରାଟ ଦଖଲ ପାଇଁ ତିନି ପ୍ରମୁଖ ଦଳ ନିଜ ରଣନିତି ପ୍ରସ୍ତୁତ କରୁଛନ୍ତି । ଗୁଜୁରାଟ ମଇଦାନ ପାଇଁ ବିଜେପି , କଂଗ୍ରେସ ଓ ଆପ୍ କୁ ନେଇ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି । ତେବେ ଏମାନଙ୍କ ମଧ୍ୟରୁ ସବୁଠାରୁ ଆଗରେ ଅଛି ଆପ୍ ।

ଗୁଜୁରାଟରେ ତିନି ଦଳର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହା ଉପରେ ଗୁଜୁରାଟ ବାସୀଙ୍କ ନଜର ରହିଥିବା ବେଳେ ପ୍ରଥମେ ନିଜ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛି ଆପ୍ । ଆମ ଆଦମୀ ପାର୍ଟି (ଆପ୍)ର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଗୁଜରାଟରେ ତାଙ୍କ ଦଳର ମୁଖ୍ୟମନ୍ତ୍ରୀଙ୍କ ଚେହେରା ସ୍ପଷ୍ଟ କରିଛନ୍ତି। ଏହା ପୂର୍ବରୁ ଗତ ଅକ୍ଟୋବର ୨୯ ତାରିଖ ଦିନ କେଜରିୱାଲ ଗୁଜରାଟର ସୁରଟରେ ସାମ୍ବାଦିକ ସମ୍ମିଳନୀ କରି ଲୋକେ କାହାକୁ ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ଚାହାନ୍ତି ବୋଲି ପ୍ରଶ୍ନ କରିଥିଲେ।

ଏ ସମ୍ପର୍କରେ ଜଣାଇବାକୁ କେଜରିୱାଲ ଏକ ନମ୍ବର ଜାରି କରିଥିବା ବେଳେ ଲୋକଙ୍କୁ କଲ କରି ଅଥବା ହ୍ୱାଟସ୍ ଆପରେ ୩ ନଭେମ୍ବର ଗୁରୁବାର ସନ୍ଧ୍ୟା ସୁଦ୍ଧା ଜଣାଇବାକୁ କହିଥିଲେ। ଗୁଜରାଟରେ ଆପର ମୁଖ୍ୟମନ୍ତ୍ରୀ ଚେହେରା ହେବା ପାଇଁ ଅନେକ ଚେହାରା ଥିବା ବେଳେ ପୂର୍ବତନ ସାମ୍ବାଦିକ ଇସୁଦାନ ଗଢଭିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ଲାଗି ଗୁଜରାଟର ୧୬ ଲକ୍ଷ ୪୮ହଜାର ୫୦୦ ଜନତା ସେମାନଙ୍କର ରାୟ ଦେଇଛନ୍ତି। ସେଥି ମଧ୍ୟରୁ ୭୩ ପ୍ରତିଶତ ଲୋକଙ୍କ ରାୟ ଇସୁଦାନ ଗଢଭିଙ୍କ ପାଇଁ ଥିଲା । ଲୋକଙ୍କ ରାୟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବା କେଜରିୱାଲ କହିଛନ୍ତି। ି ରାଜ୍ୟର ଜନତା ଗଢଭିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଛନ୍ତି ବୋଲି କେଜରିୱାଲ କହିଛନ୍ତି ।

ଗଢଭି ହେଉଛନ୍ତି ଗୁଜରାଟର ଜଣେ ଲୋକପ୍ରିୟ ଟିଭି ସାମ୍ବାଦିକ ଓ ଆଙ୍କର। ଭିଟିଭି ନ୍ୟୁଜ୍ରେ ତାଙ୍କର କାର୍ୟ୍ୟକ୍ରମ ମହାମନ୍ଥନ ରାତି ୮ଟାରୁ ୯ଟା ଯାଏ ଚାଲୁଥିଲା କିନ୍ତୁ ଲୋକଙ୍କ ଡିମାଣ୍ଡ ବଢ଼ିବାରୁ ତାହା ୯ଟା ୩୦ ଯାଏ ଚାଲିଲା। ଏହି କାର୍ୟ୍ୟକ୍ରମର ଲକ୍ଷ ଲକ୍ଷ ଦର୍ଶକ ଦେଖୁଥିଲେ।ଗୁଜରାଟରେ ଆପର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଇସୁଦାନ ଗଢଭି ଙ୍କ ନାମ ଘୋଷଣାରେ ସେ ଆପ ମୁଖ୍ୟ ଅରବିନ୍ଦ କେଜରିୱାଲ ଙ୍କୁ ଧନ୍ୟବାଦ ଦେଇଛନ୍ତି । ତାସହ ୭୦ ବର୍ଷରେ ଗୁଜୁରାଟରେ ଯାହା ସମସ୍ୟା ଅଛି ସେସବୁକୁ ପାଞ୍ଚ ବର୍ଷରେ ସମାଧାନ କରିବାକୁ ଗୁଜୁରାଟ ବାସୀଙ୍କୁ ଭରସା ଦେଉଛନ୍ତି ।

ଗୁଜୁରାଟରେ ଦିର୍ଘ ବର୍ଷ ଧରି ବିଜେପି ଶାସନରେ ଥିବା ବେଳେ ଆପ ଗୁଜୁରାଟ ବିଜେପି ସରକାରଙ୍କ ବିରୁଦ୍ଧରେ ରଣହୁଙ୍କାର ଦେଇ ଆସୁଛି । ତେବେ ଆଗକୁ ଗୁଜୁରାଟ ବିଧାନସଭା ନିର୍ବାଚନ ଥିବାବେଳେ ଗୁଜରାଟରେ ଆପର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଇସୁଦାନ ଗଢଭିଙ୍କ ନାମ ଘୋଷଣା କରି ଗୁଜୁରାଟରେ ସରକାର ଗଠମ ପାଇଁ ସ୍ୱତନ୍ତ୍ର ରଣନିତି ପ୍ରସ୍ତୁତ କରିଛି ଆପ୍ । କାରଣ ବିଜେପି ଓ କଂଗ୍ରେସ ମଧ୍ୟରେ ଗୁଜରାଟରେ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ଏଯାବତ ଅଙ୍କ ଛିଡିପାରୁନଥିବା ବେଳେ ଆପ୍ ତାର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରି ଗୁଜୁରାଟ ବିଧାନସଭା ନିର୍ବାଚନ ର ବାଜି ଜିତିବା ପାଇଁ ଆଗୁଆ ଦୌଡ ଆରମ୍ଭ କରିଛି ।