ଗୁଜୁରାଟର ମୋର୍ବି ସହରର ମାଚ୍ଛୁ ନଦୀ ଉପରେ ଥିବା ଝୁଲା ପୋଲ ଛିଣ୍ଡି ୧୪୧ ଜଣଙ୍କ ମୃତ୍ୟୁ ହୋଇଛି

ପୋଲ ଛିଣ୍ଡି ୧୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଆହାତ

0

ଗୁଜୁରାଟ: ଗତକାଲି ବିଳମ୍ବତ ରାତିରେ ଗୁରୁରାଟର ମୋର୍ବି ସହରରେ ଏକ ବଡ ଧରଣର ଅଘଟଣ ଘଟିଯାଇଛ ି । ମାଚ୍ଛୁ ନଦୀ ଉପରେ ଥିବା ଝୁଲା ପୋଲ ଛିଣ୍ଡିଯାଇ ୯୧ ଜଣଙ୍କ ମୃତ୍ୟ ହୋଇଥିବା ବେଳେ ଏହି ମୃତ୍ୟ ସଂଖ୍ୟା ବୃଦ୍ଧି ପାି ୧୪୧ରେ ପହଞ୍ଚିଛି । ସୂଚନାମୁତାବକ, ଛଟ୍ ପୂଜା ନିମନ୍ତେ ବହୁ ଜନ ସମାଗମ ପୋଲ ଉପରେ ହୋଇଥିଲା । ପୋଲ ଉପରେ ଏକା ସଙ୍ଗରେ ଏତେ ଲୋକ ନାଚକୁଦ କରି ମୌଜ ମଜଲିସ କରୁଥିବା ବେଳେ ଝୁଲା ପୋଲଟି ଭାରସ୍ୟାମ ହରାଇଥିଲା । ଯାହା ଫଳରେ ପୋଲଟି ଛିଣ୍ଟି ନଦୀ ଗର୍ଭରେ ପଡିଥିଲା । ଏଥିସହ ଶତାଧିକ ଲୋକ ନଦୀ ଗର୍ଭରେ ପଡିଥିଲେ ।

ଛଟ୍ ପୂଜା ପାଇ ନିମନ୍ତେ ପ୍ରାୟ ୫୦୦ ଜନ ସମାଗମ ହୋଇଥିଲା । ପୂଜାର ରିତୀନିତୀ ଚାଲଥିବା ବେଳେ ଦୁର୍ଗଟଣାଟି ଘଟିଥିଲା ।ତେବେ ସଙ୍ଗେ ସଙ୍ଗେ ଦୁର୍ଘଟଣା ସୂଚନା ମିଳିବାପରେ ସଙ୍ଗେ ସଙ୍ଗେ ରାଜକୋଟ ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣାସ୍ଥଳକୁ ୬ଟି ବୋଟ୍ ଓ ୬ଟି ଆମ୍ବୁଲାନ୍ସ ପଠାଯାଇଛି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ଗୃହମନ୍ତ୍ରୀ ହର୍ଷ ସାଂଘଭୀ ଓ ସ୍ଵାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ଘଟଣାସ୍ଥଳରେ ପହଞ୍ଚିଛନ୍ତି।ମୃତାହତଙ୍କ ସମ୍ପର୍କରେ ସୂଚନା ପାଇବାକୁ ମୋର୍ଚି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ହେଲପ୍ ଲାଇନ ନମ୍ବର (୦୨୮୨୨-୨୪୩୩୦୦) ଖୋଲାଯାଇଛି ।

ଏହା ସହ ରାଜ୍ୟ ସରକାର ଏହାର ତଦନ୍ତ ପାଇଁ ୫ ଜଣିଆ ଏସ୍ଆଇଟି ଗଠନ କରିଛନ୍ତି। ଏଥିରେ ପୌର ପ୍ରଶାସନ ଦାୟିତ୍ୱରେ ଥିବା ଜଣେ ଆଇଏଏସ ଅଫିସର, ଜଣେ ଚିଫ୍ ଇଞ୍ଜିନିୟର, ଜଣେ ଷ୍ଟ୍ରକ୍ଚରାଲ ଇଞ୍ଜିନିୟର, ପୂର୍ତ୍ତ ବିଭାଗ ସଚିବ ଏବଂ କ୍ରାଇମବ୍ରାଞ୍ଚ୍ ଆଇଜିଙ୍କୁ ସାମିଲ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ପ୍ରତ୍ୟେକ ଆହତଙ୍କୁ ୫୦,୦୦୦ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।